ଏମ୍ସ ଭୁବନେଶ୍ୱର କମ୍ୟୁନିଟି ମେଡିସିନ୍ ଏବଂ ଫ୍ୟାମିଲି ମେଡିସିନ୍ ବିଭାଗ ପକ୍ଷରୁ ଆୟୋଜିତ ‘ସ୍ୱାସ୍ଥ୍ୟ ଗବେଷଣା କ୍ଷେତ୍ରରେ ଗୁଣବତ୍ତାସମ୍ପନ୍ନ ପଦ୍ଧତି’ ଶୀଷର୍କ ଦୁଇଦିନିଆ କର୍ମଶାଳାରେ ଯୋଗଦେଇ ଏପରି ମତ ରଖିଛନ୍ତି ଡ. ଦେଶମୁଖ।
ଆଜି ଉଦ୍ଯାପିତ ହୋଇଥିବା ଏହି କର୍ମଶାଳାକୁ ଗତକାଲି ଏମ୍ସ ଭୁବନେଶ୍ବର ନିର୍ଦ୍ଦେଶିକା ଡ. ବି ଗୀତାଞ୍ଜଳୀ ଉଦ୍ଘାଟନ କରିଥିଲେ। ଏହି ଅବସରରେ ଡ. ଗୀତାଞ୍ଜଳୀ ଏପରି ଗବେଷଣା ପଦ୍ଧତିକୁ ସ୍ବାସ୍ଥ୍ୟ ଗବେଷଣା ସହିତ ମେଡିକାଲ୍ ପାଠ୍ୟକ୍ରମରେ ମଧ୍ୟ ସାମିଲ କରିବାକୁ ଗୁରୁତ୍ୱାରୋପ କରିଥିଲେ।