ଆଗାମୀ ବର୍ଷ ବେଳକୁ ଶ୍ରେଷ୍ଠ ୨୦ ଭିତରେ ଭୁବନେଶ୍ୱର ଆସିଯିବ ବୋଲି ଆଶା କରାଯାଉଛି। ପ୍ରଥମ ଥର ପାଇଁ ପ୍ରତିଷ୍ଠାନକୁ ଏହି ସଫଳତା ମିଳିଛି। ରୋଗୀ ସେବା, ବିଦ୍ୟାର୍ଥୀଙ୍କ ପ୍ରଦର୍ଶନ ଓ ଗବେଷଣା ଆଦି ୩ଟି ପ୍ରମୁଖ କାରଣ ଯୋଗୁଁ ଏମ୍ସ ଭୁବନେଶ୍ୱର ଦେଶର ଶ୍ରେଷ୍ଠ ମେଡିକାଲ କଲେଜ ହୋଇ ପାରିଛି। ମହାମାରୀ ଯୋଗୁଁ ଦୁଇ ବର୍ଷ ହେଲା ଡାକ୍ତରଖାନାର ଓପିଡି ବନ୍ଦ କରାଯାଇଛି ।
ଏହା ସତ୍ତ୍ୱେ ଏକ ବର୍ଷ ମଧ୍ୟରେ ଏମ୍ସକୁ ପ୍ରାୟ ଏକ ଲକ୍ଷ ରୋଗୀ ଆସିଛନ୍ତି। ଗୋଟିଏ-ଗୋଟିଏ ଦିନରେ ରୋଗୀ ସଂଖ୍ୟା ୪ ହଜାରକୁ ବି ଟପିଛି। ପ୍ରାୟ ୩୫୦୦ ବଡ଼ଧରଣର ଅସ୍ତ୍ରୋପଚାରକୁ ମିଶାଇ ବର୍ଷକୁ ୫ ହଜାର ଅସ୍ତ୍ରୋପଚାର ହୋଇଛି।