ଏହାରି ଭିତରେ ଟେଲିମେଡିସିନ ସେବା ଓ ଏମ୍ସ ଆପ ଜରିଆରେ ମଧ୍ୟ ରୋଗୀଙ୍କୁ ଚିକିତ୍ସା ଦିଆଯାଇଛି । ଜାନୁଆରୀ 17 ତାରିଖରୁ ଫେବୃଆରୀ 6 ତାରିଖ ପର୍ଯ୍ୟନ୍ତ 12414 ଜଣଙ୍କୁ ଟେଲିମେଡିସିନ ଓ ଏମ୍ସ ଆପ ଜରିଆରେ ଚିକିତ୍ସା ପ୍ରଦାନ କରାଯାଇଛି । କୋଭିଡ ସନ୍ଦିଗ୍ଧଙ୍କ ପାଇଁ ପ୍ରତି ୱାର୍ଡରେ 4 ରୁ 5 ଟି ବେଡ଼ ଅଧିକ ରଖାଯାଇଛି । ତୃତୀୟ ଲହରରେ ପ୍ରାୟ 900 କର୍ମଚାରୀ କୋଭିଡର ଶିକାର ହୋଇଛନ୍ତି । ଗତ ଗୋଟିଏ ସପ୍ତାହ ଭିତରେ 35 ଜଣ ଏମସ କର୍ମଚାରୀ କୋଭିଡ ପଜିଟିଭ ଅଛନ୍ତି ଏନେଇ ସୂଚନା ଦେଇଛନ୍ତି ଏମସ ଅଧିକ୍ଷକ ସଚ୍ଚିଦାନନ୍ଦ ମହାନ୍ତି ।
ପ୍ରଥମ ଦିନରେ ଚିକିତ୍ସା ପାଇଁ ଆସିଥିଲେ 22 ଶହ ରୁ ଉର୍ଦ୍ଧ୍ୱ ଲୋକ

ଭୁବନେଶ୍ୱର: ଖୋଲିଲା ଏମସ ଓପିଡ଼ି । କୋଭିଡ ପାଇଁ ଗତ ଜାନୁୟାରୀ 17 ତାରିଖରୁ ଓପିଡ଼ି ବନ୍ଦ ଥିଲା । ହସ୍ପିଟାଲର ଅଧିକାଂଶ କର୍ମଚାରୀ କୋଭିଡ ପଜିଟିଭ ହେବା ଯୋଗୁଁ ଚିକିତ୍ସାରେ ବାଧାପ୍ରାପ୍ତ ହେଇଥିଲା । ଆଜି ଓପିଡ଼ି ଖୋଲିବା ପରେ ପ୍ରଥମ ଦିନରେ 22ଶହ ରୁ ଅଧିକ ଲୋକ ଚିକିତ୍ସା ପାଇଁ ଆସିଛନ୍ତି ।
Download Argus News App
