Headlines 11Am
ଭୁବନେଶ୍ୱର: ରାଜ୍ୟର ୭ଟି ସହରରେ ବଢୁଛି ବାୟୁ ପ୍ରଦୂଷଣ । ଟ୍ୱିନ ସିଟି ଭୁବନେଶ୍ୱର ଓ କଟକ ସମେତ ବାଲେଶ୍ୱର, ଅନୁଗୁଳ, ତାଳଚେର, ରାଉରକେଲା ଓ କଳିଙ୍ଗନଗରର ବାୟୁ ପ୍ରଦୂଷଣ ମାତ୍ରା କ୍ରମାଗତ ଭାବେ ବଢିଚାଲିଛି । ମଙ୍ଗଳବାର ବିଧାନସଭାରେ ଏ ସମ୍ପର୍କିତ ତଥ୍ୟ ରଖିଛନ୍ତି ଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ।
ସାଲେପୁର ବିଧାୟକ ପ୍ରଶାନ୍ତ ବେହେରାଙ୍କ ପ୍ରଶ୍ନର ଉତ୍ତରରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଥିଲେ, ଏହି ୭ଟି ସହରର ବାୟୁମଣ୍ଡଳରେ PM୧୦ ଓ PM୨୫ର ମାତ୍ରା ନିର୍ଦ୍ଧାରିତ ମାନଠାରୁ ଅଧିକ ରହୁଛି । ଏହିସବୁ ସହରରେ ଅଧିକ ସଂଖ୍ୟକ ଯାନବାହନ ଚଳାଚଳ କରିବା ସହ ବିଭିନ୍ନ କାରଣରୁ ବାୟୁ ପ୍ରଦୂଷଣର ମାତ୍ରା ବୃଦ୍ଧି ପାଉଛି। ଏହାକୁ ହ୍ରାସ କରିବା ପାଇଁ ସରକାର ବିଭିନ୍ନ ବିଭାଗର ସମନ୍ୱୟରେ କାର୍ୟ୍ୟ କରୁଥିବା କହିଥିଲେ ପରିବେଶ ମନ୍ତ୍ରୀ ।