ସମୟ ପାଖାପାଖି 10.20 । ଭୁବନେଶ୍ବର କୁଆଖାଇ ନଦୀପଠାରେ ଥିବା ବାଲିଯାତ୍ରା ପଡ଼ିଆ ଉପରେ ଆରମ୍ଭ ହୋଇଥିଲା ବାୟୁସେନାର ଡେୟାରଡେଭିଲ୍ ଟିମ୍ ସୂର୍ଯ୍ୟକିରଣର ସୁପର ସୋ । ପ୍ରାୟ ୨୦ ମିନିଟ ଧରି ନୀଳ ଆକାଶରେ ନିଜ ପରାକ୍ରମ ଦେଖାଇଥିଲେ ନଅଟି ହକ୍ MK-୧୩୨ ବିମାନ । କମ୍ପୋଜିଟ ଓ ସିଙ୍କରୋ ଭଳି ଦୁଇଟି ପର୍ଯ୍ୟାୟରେ ହୋଇଥିଲା ସୂର୍ଯ୍ୟକିରଣ ଏୟାର ସୋ । ପ୍ରଥମ ପର୍ଯ୍ୟାୟ ୫୦୦ ଫୁଟ ଉଚ୍ଚତାରେ 9ଟି ବିମାନ ଏକା ସାଙ୍ଗରେ ଜଲୱା ଦେଖାଇଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟରେ ଦୁଇ ଭାଗରେ ବିଭକ୍ତ ହୋଇ ବିମାନଗୁଡିକ ସ୍ଥଳଭାଗ ଠାରୁ ୧୦୦ ଫୁଟ ଉଚ୍ଚତାରେ ଘଣ୍ଟାପ୍ରତି 600କିମି ବେଗରେ ଉଡି ବୀରତ୍ବ ପ୍ରଦର୍ଶନ କରିଥିଲେ।
ସୋ ଦେଖିବାକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ସହ ଏୟାରଫୋର୍ସର ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ବାଲିଯାତ୍ରା ପଡିଆରେ ପ୍ରାୟ ଏକ ଲକ୍ଷ ଲୋକଙ୍କ ସମାଗମ ହୋଇଥିଲା । ଏସବୁ ଭିତରେ ପ୍ରଥମେ ଏନସିସିର ଛାତ୍ରଛାତ୍ରୀଙ୍କୁ ଭେଟି ମନୋବଳ ବଢ଼ାଇବା ପରେ ସୂର୍ଯ୍ୟକିରଣର ପୂରାଟିମକୁ ସାକ୍ଷାତ କରିଥିଲେ ଇଷ୍ଟର୍ଣ୍ଣ ଏୟାର କମାଣ୍ଡର କମାଣ୍ଡିଂ ଇନ୍ ଚିଫ୍ ଏୟାର ମାର୍ଶଲ ଦିଲ୍ଲୀପ ପଟ୍ଟନାୟକ । ସୁରକ୍ଷା ଦୃଷ୍ଟିରୁ ୪୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରିବା ସହ ଓଡ୍ରାଫ, ଆମ୍ବୁଲାନ୍ସ ଓ ଅଗ୍ନିଶମ ବାହିନୀ ସଜାଗ ରହିଥିଲା ।
ଓଡିଶା ଖବର ଆହୁରି ପଢ଼ନ୍ତୁ ।