18 ରୁ 20 ମିନିଟ ର ସୂର୍ଯ୍ୟକିରଣ ସୋ ହେବ । ମାଟି ଠାରୁ 500 ରୁ 1000 ଫୁଟ ଉଚ୍ଚରେ ଉଡି ସୋ ଦେଖାଇବ ବାୟୁସେନା । ସୋର ପ୍ରଥମ ପର୍ଯ୍ୟାୟରେ 9 ଟି ବିମାନ ଏକା ସାଙ୍ଗରେ ଉଡିବ । ଦ୍ବିତୀୟ ପର୍ଯୟରେ ଦୁଇଟି ଲେଖାଏ ବିମାନ 1600 କିମି ପ୍ରତି ଘଣ୍ଟା ବେଗରେ 200 ରୁ 300 ଫୁଟ ଉଚ୍ଚରେ ସୋ ଦେଖାଇବେ । ଗ୍ରୁପ କ୍ୟାପ୍ଟଟେନ ଜି ଏସ ଝେଲନ ଏହି ଟିମ କୁ ଲିଡ଼ କରିବେ । ଆସନ୍ତା କାଲି ଦିନ 10 ଟା ବେଳେ ଫୁଲ ଡ୍ରେସ ରିହର ସିଏଲ କରିବ ସୂର୍ଯ୍ୟକିରଣ ଟିମ । ସେପ୍ଟେମ୍ବର 16 ତାରିଖ ରେ ଦିନ 10 ଟା ରୁ 11 ଟା ସମୟ ଭିତରେ ସୂର୍ଯ୍ୟକିରଣ ସୋ ପ୍ରଦର୍ଶନ କରିବ ଏୟାରଫୋର୍ସ ।
ଓଡିଶା ଖବର ଆହୁରି ପଢ଼ନ୍ତୁ ।

ଅର୍ଗସ୍ ବ୍ୟୁରୋ : ଆସନ୍ତା 16 ତାରିଖରେ ହେବାକୁ ଥିବା ସୂର୍ଯ୍ୟକିରଣ ସୋ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏଥିପାଇଁ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛି ବାୟୁସେନାର 11 ହକ ବିମାନ । ସୋ ପୂର୍ବରୁ ଆଜି ବାଲିଯାତ୍ରା ପଡିଆରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ବାୟୁସେନା ଅଧିକାରୀ । କେଉଁ ସ୍ଥାନରେ ବାୟୁ ସେନା ସୋ ଦେଖାଇବ, କେତେ ଦୂରତାରେ ବିମାନ ଉଡିବ ତାହାର ମ୍ୟାପିଙ୍ଗ କରିଛି ସୁରକିରଣ ଟିମ ।

ନୂଆଦିଲ୍ଲୀ: ଅଞ୍ଜଳୀଙ୍କ ହାତରେ ବିକ୍ରମଙ୍କ ନାମର ମେହେନ୍ଦୀ ଥିଲା। ଉଭୟଙ୍କ ବିବାହକୁ ମାତ୍ର ୧୭ ଦିନ ହେଇଥିଲା । ପରିବାରରେ ହର୍ଷଉଲ୍ଲାସର ମାହୋଲ ଥିଲା। ଠିକ୍ ଏହି ସମୟରେ ଅଞ୍ଜଳୀ ଏବଂ ବିକ୍ରମଙ୍କ ରୁମ୍ରୁ ଶୁଭିଲା ଚିତ୍କାର। ଏ ଭୟଙ୍କର ରଡି ଥିଲା ଅଞ୍ଜଳିଙ୍କର । ଚତ୍କାର ଶୁଣି ପରିବାର ଲୋକେ ଦୌଡିଲେ ନୂଆ ବିବାହିତ ଦମ୍ପତ୍ତିଙ୍କ ରୁମ୍ ଆଡେ। ସେଠି ପହଞ୍ଚି ପରବାର ଯାହା ଦେଖିଲେ ତାହା ଥିଲା ଏକ ଅସମ୍ଭବ ଘଟଣା। ବିକ୍ରମଙ୍କ ହାତ ରକ୍ତ ଯୁଡ଼ୁବୁଡୁ , ତଳେ ପଡିଛନ୍ତି ସ୍ତ୍ରୀ ଅଞ୍ଜଳି। ଯାହାଙ୍କ ନାମର ମେହେନ୍ଦୀ ଲାଗିଥିଲା ଅଞ୍ଜଳୀଙ୍କ ହାତରେ, ସେଇ ହାତ ଅଞ୍ଜଳୀଙ୍କ ହତ୍ୟାକାରୀ ସାଜିଛି।
ଏମିତି କଣ ହେଲା କେଜାଣି ଅମାନୁଶିକ ଭାବେ ୧୦ ଥର ଛୁରିରେ ଭୁଷି ହତ୍ୟାକଲା ସ୍ତ୍ରୀକୁ। ବିବାହର ମାତ୍ର ୧୭ ଦିନ ଆଉ ସ୍ୱାମୀର ଛୁରୀ ଚୋଟ ଥିଲା ୧୦ । ଏପରି ଛାତି ଥରା ଘଟଣା ଘଟିଛି ମଧ୍ୟପ୍ରଦେଶର ଇନ୍ଦୋର ଜିଲ୍ଲାରେ। ୨୧ ମେ ୨୦୨୩ରେ ଅଞ୍ଜଳୀଙ୍କ ହାତ ଧରିଥିଲେ ବିକ୍ରମ। ସାତ ଜନ୍ମ ପାଇଁ ସାଥି ହୋଇ ବାଟ ଚାଲିବାକୁ ଶପଥ କରିଥିଲା ବିକ୍ରମ। କିନ୍ତୁ ୧୭ ଟା ଦିନ ନ ହେଉଣୁ ସ୍ତ୍ରୀକୁ ହତ୍ୟା କରି ସଇତାନ ସାଜିଲା ବିକ୍ରମ। ସୁରକ୍ଷା କବଚ ହୋଇଥିଲା ସ୍ୱାମୀ। କିନ୍ତୁ ସାଜିଲା ପିସାଚ। ଅଞ୍ଜଳୀ ଏବେ ଆରପାରିରେ, ହତ୍ୟାକାରୀ ସ୍ୱାମୀ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ।
ଅଧିକ ପଢନ୍ତୁ ଭାରତ ଖବର

ଭୁବନେଶ୍ୱର: ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ନଲଗାଇଥିବା ଚାଳକଙ୍କୁ ଚେତାବନୀ। ଗାଡ଼ିରେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ ଲାଗିନଥିଲେ ଗଣିବେ ତଣ୍ଡ। ଜୁନ୍ ୨୩ ତାରିଖରୁ ଏନେଇ ସ୍ପେଶାଲ ଡ୍ରାଇଭ୍ ଆରମ୍ଭ ହେବ। ନମ୍ବର ପ୍ଲେଟ ଲାଗିନଥିବା ଗାଡ଼ି ଗୁଡ଼ିକଠାରୁ ଜରିମାନା ଆଦାୟ ହେବ ।
ଇ-ଚାଲାଣ କଟାଯାଇ ୫ ହଜାର କିମ୍ବା ୧୦ ହଜାର ଜରିମାନା ହେବ । ଛକ ମାନଙ୍କରେ ଚେକିଂ ବ୍ୟତିତ ଇ-ଚାଲାଣ କଟାଯାଇ ୫ ହଜାର କିମ୍ବା ୧୦ ହଜାର ଜରିମାନା କରାଯିବ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
