ରାଜଧାନୀରେ ପ୍ରଥମ ଏୟାର ସୋ’ ପାଇଁ ପ୍ରସ୍ତୁତି ଜୋରଦାର । ଆସନ୍ତାକାଲି ଭୁବନେଶ୍ୱର ବାଲିଯାତ୍ରା ପଡ଼ିଆରେ ସୂୂର୍ଯ୍ୟ କିରଣ ସୋ’ ହେବ । କଳାକୌଶଳ ଦେଖାଇବେ ବାୟୁସେନାର ଫାଇଟର ଜେଟ୍ । ତାପୂର୍ବରୁ ଆଜି ଦିନ ୧୦ଟା ବେଳେ ଫୁଲ ଡ୍ରେସ ରିହରସିଲ କରିବ ସୂର୍ୟ୍ୟକିରଣ ଟିମ । ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛି ବାୟୁସେନାର ୧୧ ହକ୍ ବିମାନ । ଗତକାଲି ସର୍ଟିଂ ଓ ମ୍ୟାପିଂ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି ପାଇଲଟ ଓ ଗ୍ରାଉଣ୍ଡ ଷ୍ଟାଫ୍ ।
୧୮ରୁ ୨୦ମିନିଟର ହେବ ସୂର୍ୟ୍ୟକିରଣ ସୋ’ । ସୋ’ର ପ୍ରଥମ ପର୍ୟ୍ୟାୟରେ ୯ଟି ବିମାନ ଏକା ସାଙ୍ଗରେ ଉଡ଼ିବ । ଦ୍ୱିତୀୟ ପର୍ୟ୍ୟାୟରେ ୨ଟି ଲେଖାଏ ବିମାନ ୧୬ଶହ କିମି ପ୍ରତି ଘଣ୍ଟା ବେଗରେ ୨୦୦ରୁ ୩୦୦ ଫୁଟ ଉଚ୍ଚରେ ସୋ’ ଦେଖାଇବେ । ମାଟି ଠାରୁ ୫୦୦ରୁ ହଜାରେ ଫୁଟ ଉଚ୍ଚରେ ହକ ଫାଇଟ୍ ଜେଟ୍ରେ ସୋ’ ଦେଖାଇବ ବାୟୁସେନା ।
ଆଜି ଫୁଲ ଡ୍ରେସ ରିହର୍ସଲ ହୋଇଛି । ଆସନ୍ତା ୧୮ ତାରିଖରେ ପୁରୀରେ ହେବ ସୂର୍ଯ୍ୟକିରଣ ଏୟାର ସୋ ।