ଆଜି ସନ୍ଧ୍ୟା ୭.୧୫ ସମୟରେ ପ୍ରଦର୍ଶନୀ ପଡ଼ିଆରେ ଏହାର ପ୍ରଥମ ଶୋ ଥିବାବେଳେ ଆସନ୍ତାକାଲିଠୁ ୩ ଟି ଶୋ ପ୍ରଦର୍ଶିତ ହେବ । ପ୍ରତିଟି ଶୋ ଅଢେଇ ଘଣ୍ଟା ଧରି ଚାଲିବ । ନାଇଜେରିଆ, ଆମେରିକାନ ଓ ୟୁଥୋପିଆମାନଙ୍କ କଳା କୌଶଳ ସାଜିବ ମୁଖ୍ୟ ଆକର୍ଷଣ ବୋଲି କହିଛନ୍ତି ଅଜନ୍ତା ସର୍କସ୍ ର ମ୍ୟାନେଜର ବୈକୁଣ୍ଠ ପାତ୍ର ।
ତେବେ ସବୁବେଳେ ବିଭିନ୍ନ ପ୍ରକାରର ମେଳା ରାଜଧାନୀରେ ଅନୁଷ୍ଠିତ ହୋଇଥାଏ । ଯାହାକୁ ଦେଖିବାକୁ ଲୋକଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ଦେଖିବାକୁ ମିଳିଥାଏ । ତେବେ ଏଥର କିଛି ନୂଆ ଦେଖିବାକୁ ପାଇବେ ରାଜଧାନୀବାସୀ । ବିଶେଷ କରି ଛୋଟ ଛୁଆ କିଛି ନୂଆ ଅନୁଭୂତି ସାଉଁଟିବେ ବୋଲି ସାଧାରଣରେ ପ୍ରକାଶ ପାଇଛି ।
ଆହୁରି ପଢନ୍ତୁ ଓଡିଶା ଖବର...