କୋରୋନା ବିରୁଦ୍ଧ ଲଢେଇରେ ବିଜୟର ମୋଦି ମନ୍ତ୍ର
ଭୁବନେଶ୍ଵର: କୋରୋନା ସ୍ଥିତି ନେଇ ILS ନିର୍ଦ୍ଦେଶକ ସୂଚନା ଦେଇଛନ୍ତି। ILS ନିର୍ଦ୍ଦେଶକ ଅଜୟ ପରିଡ଼ା କହିଛନ୍ତି ଯେ, ଏଇ ଷ୍ଟ୍ରେନ ପୂର୍ବ ଷ୍ଟ୍ରେନ ଅପେକ୍ଷା ଅଧିକ କ୍ଷତିକାରକ। ପଜିଟିଭ୍ ସଂଖ୍ୟା ବଢ଼ୁଛି ତାହା ଅତ୍ୟନ୍ତ ଚିନ୍ତାଜନକ। ଆମେନୂଆ ଷ୍ଟ୍ରେନ ଉପରେ ଅନୁଧ୍ୟାନ କରୁଛୁ। ରାଜ୍ୟରେ ଛତିଶଗଡ଼ ପରିସ୍ଥିତି ସୃଷ୍ଟି ହୋଇପାରେ।
ପରିସ୍ଥିତିକୁ ଦେଖି ରାଜ୍ୟ ସରକାର ନିଷ୍ପତ୍ତି ନେଉଛନ୍ତି। ସରକାର ଆଗକୁ ବଡ଼ ନିଷ୍ପତ୍ତି ନେଇପାରନ୍ତି। ସୀମାବର୍ତ୍ତୀ ଅଞ୍ଚଳରେ ନାଇଟ କର୍ଫ୍ୟୁ କରାଯାଇଛି। ସଂଖ୍ୟା ବଢ଼ୁଥିବାରୁ ନାଇଟ କର୍ଫ୍ୟୁ ହୋଇଛି। ବାହାରୁ ଲୋକେ ଆସୁଥିବାରୁ ଭୁବନେଶ୍ବରରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଛି।