ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ବା ଏବିଭିପି ଓଡ଼ିଶାର ସାଧାରଣ ସଂପାଦକ ଓ ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟଙ୍କ ପକ୍ଷରୁ ଆଗତ ଏହି ମାମଲାରେ ମୁଖ୍ୟ ଶାସନ ସଚିବ, ଉଚ୍ଚ ଶିକ୍ଷା ବିଭାଗ ସଚିବ ଏବଂ ନିର୍ଦ୍ଦେଶକ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବଙ୍କୁ ପକ୍ଷଭୁକ୍ତ କରାଯାଇଛି ।
ଗତ ୫ ବର୍ଷ ଧରି ରାଜ୍ୟ ସରକାର ଛାତ୍ର ସଂସଦ ନିର୍ବାଚନ କରେଇ ଦେଉ ନାହାଁନ୍ତି। କ୍ୟାମ୍ପସରେ ଛାତ୍ର ଅଶାନ୍ତିର ଆଡ ଦେଖେଇ ରାଜ୍ୟ ସରକାର ଛାତ୍ର ସଂସଦ ନିର୍ବାଚନ କରୁ ନାହାନ୍ତି ବୋଲି ଅଭିଯୋଗ କରିଛନ୍ତି ଅବଦାନକାରୀ। ଛାତ୍ରଛାତ୍ରୀ ମାନଙ୍କୁ ଦେଶର ସାଂସଦ ଓ ବିଧାୟକ ମାନଙ୍କୁ ବାଛିବାର ଅଧିକାର ସମ୍ବିଧାନ ଦେଇଛି। କିନ୍ତୁ ଏପରି ସ୍ଥଳେ ଛାତ୍ର ସଂସଦ ନିର୍ବାଚନ ନକରିବା ଦ୍ଵାରା ଛାତ୍ରଛାତ୍ରୀଙ୍କ ଗଣତାନ୍ତ୍ରିକ ଅଧିକାର କ୍ଷୁର୍ଣ୍ଣ ହେଉଛି ବୋଲି ଆବେଦନରେ ଉଲ୍ଲେଖ ରହିଛି।
ଛାତ୍ର ରାଜନୀତି ଆରମ୍ଭ କରିଥିବା ଅନେକ ଛାତ୍ର ନେଟ ରାଜ୍ୟ ତଥା ଦେଶ ରାଜନୀତିର ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି। କିନ୍ତୁ ରାଜ୍ୟ ସରକାରଙ୍କୁ ଛାତ୍ରଛାତ୍ରୀ ପ୍ରତ୍ୟାଖ୍ୟାନ କରି ଦେବାର ଆଶଙ୍କାକୁ ଦୃଷ୍ଟିରୁ ଜାଣିଶୁଣି ଛାତ୍ର ସଂସଦ ନିର୍ବାଚନ ବନ୍ଦ କରାଯାଉଛି ବୋଲି ଆବେଦନକାରୀଙ୍କ ଓକିଲ ପିତାମ୍ବର ଆଚାର୍ଯ୍ୟ କହିଛନ୍ତି ।
ଆହୁରି ପଢନ୍ତୁ ରାଜନୀତି ଖବର...