ଏକ ବର୍ଷ ତଳେ ବାପା ମିହିର ଦାସଙ୍କ ଦେହାନ୍ତ ହୋଇଥିଲା।ତାଙ୍କ ପରିବାରରେ ଏବେ ପୁଣି ଶୋକର ଛାୟା ଖେଳିଯାଇଛି।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।
ଅର୍ଗସ ବ୍ୟୁରୋ: ପରଲୋକରେ ଅକ୍ଲାନ୍ତ ଦାସ।ଅଭିନେତା ମିହିର ଦାସଙ୍କ ସାନ ପୁଅ ଅକ୍ଳାନ୍ତ ଦାସଙ୍କର 26 ବର୍ଷ ବୟସରେ ପରଲୋକ ହୋଇଛି । ଅକ୍ଳାନ୍ତ ଏକ ମାସ ହେବ ଲିଭର ଜନିତ ରୋଗରେ ପିଡିତ ହୋଇ ଭୁବନେଶ୍ୱର ଏଏମସ୍ ରେ ଚିକିତ୍ସିତ ହେଉଥିଲେ । ଗତକାଲି ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ଘଟିଥିଲା । ପରେ କଟକ ସତୀଚଉରାରେ ତାଙ୍କର ଶେଷକୃତ୍ଯ ସଂପନ୍ନ ହୋଇଛି। ଅଭିନେତା ଭାଇ ଅମ୍ଲାନ ତାଙ୍କୁ ମୁଖାଗ୍ନି ଦେଇଥିଲେ।
ଏକ ବର୍ଷ ତଳେ ବାପା ମିହିର ଦାସଙ୍କ ଦେହାନ୍ତ ହୋଇଥିଲା।ତାଙ୍କ ପରିବାରରେ ଏବେ ପୁଣି ଶୋକର ଛାୟା ଖେଳିଯାଇଛି।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।