ଅକ୍ଷୟ କହିଛନ୍ତି, `ବିଦ୍ୟାଭାରତୀ ମୋ ସାଙ୍ଗ, ବଲାଙ୍ଗୀରରେ ତାଙ୍କୁ ଜାଣିଲି'। `ସାଙ୍ଗ ହିସାବରେ କଥା ହୋଇଥିଲି, କରୋନା ପରଠୁ ଲିଙ୍କ ନାହିଁ'। `କରୋନା ପରଠୁ ଫୋନ୍ କରିନି, ଘଟଣା ଦିନ ନବରଙ୍ଗପୁରରେ ଥିଲି'। ସୌମ୍ୟରଞ୍ଜନଙ୍କୁ କେବେ ମୁଁ ଦେଖିନାହିଁ। ଏପ୍ରିଲ 11ରେ ଭୋଜି ଥିଲା, ତାହା ବ୍ୟାଚଲର ପାର୍ଟି ନୁହେଁ, ମ୍ୟାରେଜ୍ ପାର୍ଟି ଥିଲା। ତଦନ୍ତକୁ ଡାକିଲେ ସପୋର୍ଟ କରିବି ବୋଲି କହିଛନ୍ତି ଅକ୍ଷୟ।
ବିଦ୍ୟାଙ୍କ ଚିଠିରେ ଅକ୍ଷୟଙ୍କ ନାମ ଆସିଲା ପରେ ସେ ବିବାଦକୁ ଆସିଛନ୍ତି। ତେବେ ତାଙ୍କର ଏଥିରେ କୌଣସ ସମ୍ପୃକ୍ତି ନଥିବା କଥା କହିଛନ୍ତି।