କୃଷକ ସଂଗଠନ ଆସନ୍ତାକାଲି ଭାରତ ବନ୍ଦ ଡାକରା ଦେଇଛି। ନୂତନ କୃଷି ଆଇନକୁ ବିରୋଧ କରି ୧୨ ଦିନ ହେବ କୃଷକ ସଂଗଠନ ଧାରଣା ଜାରି ରଖିଛନ୍ତି। ତେବେ ଭାରତ ବନ୍ଦ ହେତୁ ଗମନାଗମନ ଓ ପରିବହନ ବ୍ୟବସ୍ଥା ପ୍ରଭାବିତ ହେବାର ସମ୍ଭାବନା ରହିଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଆସନ୍ତାକାଲି ରାଜ୍ୟର ସବୁ ସରକାରୀ ଅଫିସ ବନ୍ଦ

ଭୁବନେଶ୍ଵର: ଆସନ୍ତାକାଲି ରାଜ୍ୟର ସବୁ ସରକାରୀ ଅଫିସ ବନ୍ଦ। ଭାରତ ବନ୍ଦକୁ ଦୃଷ୍ଟିରେ ରଖି ସରକାର ଏହି ଘୋଷଣା କରିଛନ୍ତି। ତେବେ ଅଫିସ ବନ୍ଦ ସମୟରେ ଅତ୍ୟାବଶ୍ୟକୀୟ ସେବା ବଜାୟ ରହିବ।
Download Argus News App
