ନୂଆଦିଲ୍ଲୀ: ଜାତୀୟ ରିଲିଫ୍ ପାଣ୍ଠିକୁ ଏକ କୋଟି ଟଙ୍କା ଲେଖାଏଁ ଦେବେ ସବୁ ବିଜେପି ସାଂସଦ । ନିଜ ନିଜର ଏମପିଏଲଏଡି ଫଣ୍ଡରୁ ଏକ କୋଟି ଲେଖାଏଁ ବିଜେପି ସାଂସଦ ଦେବେ ବୋଲି ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଟ୍ୱିଟର ମାଧ୍ୟମରେ ସୂଚନା ଦେଇଛନ୍ତି ।
ତେବେ ଏହି ଟଙ୍କା ଦେଶରେ କୋରୋନା ମୁକାବିଲା କରିବା ପାଇଁ ସହାୟକ ହେବ ବୋଲି ଉଲ୍ଲେଖ କରିଛନ୍ତି ଶ୍ରୀ ନଡ୍ଡା । ଏହି ଟଙ୍କା କୋଭିଡ-19 ବିରୁଦ୍ଧରେ ଲଢ଼େଇ ପାଇଁ ବ୍ୟବହାର ହେବ ବୋଲି ସେ ସୂଚନା ଦେଇଛନ୍ତି । ନଡ୍ଡାଙ୍କ ସୂଚନା ପରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ସାଂସଦ ପାଣ୍ଠିରୁ ଏକ କୋଟି ଏବଂ ମାସକର ଦରମା ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠିକୁ ଦେଇଥିବା ଜଣାପଡ଼ିଛି ।
କୋରୋନା ମୁକାବିଲା ଏବେ ପ୍ରତି ଦେଶ ପାଇଁ ଏକ ଆହ୍ୱାନ ପାଲଟିଛି । ଭାରତ ଭଳି ବିକାଶଶୀଳ ଦେଶରେ କୋରୋନା ଭଳି ମହାମାରୀ ମୁକାବିଲା କରିବା କଷ୍ଟସାଧ୍ୟ । ତଥାପି କେନ୍ଦ୍ର ସରକାର ଦେଶବାସୀଙ୍କ ହିତ ନିମନ୍ତେ ସବୁ ପ୍ରକାର ପ୍ରଚେଷ୍ଟା ଜାରି ରଖିଛନ୍ତି । ଏହାସହ ଆଜି ପିଏମ କେୟାରସ୍ ନାମରେ ଏକ ଫଣ୍ଡ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଯେଉଁଥିରେ କୋରୋନା ମୁକାବିଲା ପାଇଁ ଦେଶବାସୀ ସହାୟତା କରିପାରିବେ । ଏନେଇ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦି ଅପିଲ୍ କରିଛନ୍ତି ।
ଭଦ୍ରକ : ଚାନ୍ଦବାଲି ବ୍ଲକ ଜଳଧରପୁର ଗ୍ରାମରେ ନିଆଁ ଲାଗି ଏକ ବାଇକ,ଦୁଇ ବଖରା ଘର ସହିତ ଲକ୍ଷାଧିକ ଟଙ୍କାର ଆସବାପତ୍ର ପୋଡି ଯାଇଥିବା ଦେଖିବାକୁ ମିଳିଛି। ତେବେ ସୂଚନା ଅନୁଯାୟୀ ଗତକାଲି ସନ୍ଧ୍ୟା ସମୟରେ ଜଳଧରପୁର ଗ୍ରାମର ଜଗନ୍ନାଥ ନାୟକଙ୍କ ଘରେ ଇଲେଟ୍ରିକ ସଟ୍ ସର୍କିଟ୍ କାରଣରୁ ନିଆଁ ଲାଗିଯାଇଥିଲା । ପରେ ନିଆଁ ଅଧିକ ବ୍ୟାପିବା କାରଣରୁ ଘରେ ଥିବା ଏକ ଗ୍ଲାମର ବାଇକରେ ମଧ୍ୟ ନିଆଁ ଲାଗିଯାଇଥିଲ ।
ଅଧିକ ପଢନ୍ତୁ : ୨ ଗୁରୁତରଙ୍କୁ କଟକ ଏସସିବିକୁ ସ୍ଥାନାନ୍ତର,୩ ଆହତ
ଯାହା ଫଳରେ ବାଇକ ଟାଙ୍କି ଫାଟିବାରୁ ନିଆଁଟି ସଙ୍ଗେ ସଙ୍ଗେ ଚାରିଆଡକୁ ବ୍ୟାପିଯାଇଥିଲା । ଯାହା ଫଳରେ ଘରେ ଥିବା ସୁନା ଅଳଙ୍କାର ଓ ଟଙ୍କା ପଇସା ସହିତ ଅତି ଆବଶ୍ୟକ କାଗଜପତ୍ର ପୋଡି ପାଉଁଶ ହୋଇଯାଇଥିବା ଅଭିଯୋଗ ହୋଇଛି। ତେବେ ଖବର ପାଇ ଚାନ୍ଦବାଲି ଦମକଳ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ଜଣାପଡ଼ିଛି।
ଅର୍ଗସ ବ୍ୟୁରୋ: ଭାରତୀୟ ପ୍ରାଦ୍ୟୋଗିକ ସଂସ୍ଥାନ (ଆଇଆଇଟି) ବମ୍ବେ କର୍ତ୍ତୃପକ୍ଷଙ୍କ ଏକ ଅଭିନବ କାର୍ଯ୍ୟାନୁଷ୍ଠାନ ଏବେ ଚର୍ଚ୍ଚାକୁ ଆସିଛି । ଏହାର ଖାଦ୍ୟ ନୀତି ପରିବର୍ତ୍ତନ ପାଇଁ ଦାବି କରୁଥିବା ଛାତ୍ରଙ୍କ ଉପରେ କର୍ତ୍ତୃପକ୍ଷ 10 ହଜାର ଟଙ୍କା ଜରିମାନା ଲଗାଇଛନ୍ତି । ଆଇଆଇଟି ବମ୍ବେ ଛାତ୍ରାବାସ ମେସ୍ ରେ ନିରାମିଷ ଖାଇବା ପାଇଁ ଭିନ୍ନ ଟେବୁଲ ରହିଛି । ଏହି ଟେବୁଲରେ ଆମିଷ ଖାଇବାକୁ ଜିଦ୍ ରେ ବିକ୍ଷୋଭ ପ୍ରଦର୍ଶନ କରିଥିବା ଛାତ୍ରଙ୍କୁ ଜୋରିମାନା କରାଯାଇଛି ।
ସୂଚନାନୁଯାୟୀ, ଗତ ସପ୍ତାହରେ ମେସ୍ ପରିଚାଳକ ଛାତ୍ରାବାସ 12, 13, 14ର ମେସ୍ ରେ 6ଟି ଟେବୁଲ କେବଳ ସାକାହାରୀଙ୍କ ପାଇଁ ସଂରକ୍ଷିତ ରଖିଥିଲେ । ଏହି ନିଷ୍ପତ୍ତି ପ୍ରତିବାଦରେ କିଛି ଛାତ୍ର ନିରବ ଶୋଭାଯାତ୍ରା କରିଥିଲେ । ସେମାନେ ଏଭଳି ଟେବୁଲ ବିଭାଜନକୁ ବିରୋଧ କରିବା ସହ ସମ୍ପୃକ୍ତ ଟେବୁଲ୍ ରେ ସାଦା ସହିତ ଆମିଷ ଖାଇବାକୁ ଦାବି କରିଥିଲେ ।
ଏହାର ତଦନ୍ତ ବେଳେ କିଛି ଛାତ୍ର ଛାତ୍ରାବାସ ପରିବେଶ ନଷ୍ଟ କରୁଥିବା ଜଣାପଡିଥିଲା । ଏଭଳି ମାମଲାରେ ଚିହ୍ନଟ ଜଣେ ଛାତ୍ରଙ୍କୁ ମେସ୍ କାଉନସିଲ୍ 10 ହଜାର ଟହ୍କା ଜୋରିମାନା କରିଥିବାବେଳେ ଅ୍ୟ ଦୁଇ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ । ଛାତ୍ରବାସ ଓ ମେସ୍ ର ନିୟମ ମାନି ଚଳିବାକୁ ଛାତ୍ରଛାତ୍ରୀଙ୍କୁ ତାଗିଦ କରାଯାଇଥିବା ପରିଚାଳକ କହିଛନ୍ତି ।
ଆହୁରି ପଢନ୍ତୁ ଭାରତ ଖବର...
ଅର୍ଗସ ବ୍ୟୁରୋ: ରସାୟନ ବିଜ୍ଞାନ ପାଇଁ ନୋବେଲ ପୁରସ୍କାର ଘୋଷଣା ହୋଇଛି । 3 ରସାୟନ ବିଜ୍ଞାନୀ ପାଇବେ ନୋବେଲ ପୁରସ୍କାର । ମୌଙ୍ଗି ଜି.ବାୱେଣ୍ଡି, ଲୁଇସ୍ ଇ.ବ୍ରୁସ୍ ଙ୍କୁ ମିଳିଛି ନୋବେଲ ପୁରସ୍କାର । ଆଲେକ୍ସି ଏଲ୍ . ଏକିମୋଭ୍ ପାଇବେ ନୋବେଲ ପୁରସ୍କାର ।
ପୂର୍ବରୁ ଗତ 2 ତାରିଖରେ ମେଡିସିନ ଓ 3 ତାରିଖରେ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ଘୋଷଣା କରାଯାଇଛି ।
ପଦାର୍ଥ ବିଜ୍ଞାନ ପାଇଁ ଚଳିତ ବର୍ଷ ତିନି ଜଣ ପଦାର୍ଥ ବିଜ୍ଞାନୀ ମିଳିତ ଭାବେ ପାଇବେ ନୋବେଲ୍ ପୁରସ୍କାର-୨୦୨୩। ପିଏରେ ଅଗୋସ୍ତିନି, ଫେରେନ୍ସ କ୍ରାଉଜ ଏବଂ ଆନେ ଏଲ’ହୁଇଲିଅର ପଦାର୍ଥ ବିଜ୍ଞାନ ପାଇଁ ପାଇବେ ସମ୍ମାନଜନକ ନୋବେଲ୍ । ଏହି ତିନି ଜଣ ନୋବେଲ ବିଜେତା ମାନବଜାତିକୁ ପରମାଣୁ ଏବଂ ଅଣୁଗୁଡ଼ିକ ମଧ୍ୟରେ ଇଲେକ୍ଟ୍ରୋନ୍ ଡାଇନାମିକ୍ସକୁ ଅନୁସନ୍ଧାନ କରିବା ପାଇଁ ନୂତନ ସାଧନ ଦେଇଛନ୍ତି ।
ଆହୁରି ପଢନ୍ତୁ ଭାରତ ଖବର...