୧୮ ଘଂଟାରେ ୨୫ କିଲୋମିଟର ରାଜପଥ ନିର୍ମାଣ
ଅର୍ଗସ ବ୍ୟୁରୋ: ଆସନ୍ତାକାଲି ଓ ମଙ୍ଗଳବାର ଦୁଇ ଦିନ ବନ୍ଦ ରହିବ ରାଜ୍ୟର ସବୁ ସ୍କୁଲ । ସୋମବାର ଦିନ କଂଗ୍ରେସ ଓଡିଶା ବନ୍ଦ ଡାକରା ଦେଇଥିବାବେଳେ ୧ଟା ସମୟ ପରେ ସ୍କୁଲ ଖୋଲିବା ସମ୍ଭବ ପର ନୁହେଁ । ତେଣୁ ସୋମବାର ଦିନ ସ୍କୁଲ ବନ୍ଦ ରହିବ । ଏହାଛଡା ମଙ୍ଗଳବାର ଦିନ ସରସ୍ୱତୀ ପୂଜା ରହୁଛି । ତେଣୁ ରାଜ୍ୟରେ ସମସ୍ତ ସ୍କୁଲ ବନ୍ଦ ରହିବ । ପିଲାଙ୍କ ସୁରକ୍ଷା ଦୃଷ୍ଟିରୁ ଦୁଇ ଦିନ ଧରି ବନ୍ଦ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ।
ଆସନ୍ତାକାଲି ଓଡିଶା ବନ୍ଦ । ଏନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି । ଆସନ୍ତାକାଲି ସକାଳ ୭ଟାରୁ ଦିନ ୧ଟା ଯାଏଁ ଓଡିଶା ବନ୍ଦ ରହିବ । ସକାଳ ୭ଟାରୁ ଦିନ ୧ଟା ଯାଏଁ ଶାନ୍ତିପୂର୍ଣ୍ଣ ବନ୍ଦ ପାଳନ ହେବ । ବିବାହ ଗାଡ଼ି, ଆମ୍ବୁଲାନ୍ସ, ଔଷଧ ଦୋକାନ, ଜରୁରୀ ସେବା ଏହି ବନ୍ଦରୁ ବାଦ୍ ଦିଆଯିବ ।