
ଭୁବନେଶ୍ୱର: ରାଜ୍ୟବାସୀଙ୍କ ପାଇଁ ଖୁସି ଖବର ! ଆଜି ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ କରୋନା ସଂକ୍ରମିତ ସୁସ୍ଥ । ପ୍ରଥମ ଥର ପାଇଁ ଗୋଟିଏ ଦିନରେ 237 କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାସହ ରାଜ୍ୟରେ ସୁସ୍ଥ ସଂଖ୍ୟା 3534ରେ ପହଞ୍ଚିଛି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି ।
The untiring efforts of our Covid Warriors has led to an all time high recovery of 237 Covid patients in a day! We salute the dauntless spirit of our frontline workers ? The total recovered cases of Odisha now stand at 3534.
— H & FW Dept Odisha (@HFWOdisha) June 20, 2020
ଆଜି ସର୍ବାଧିକ କଟକରୁ 70 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେହିଭଳି ଖୋର୍ଦ୍ଧାରୁ 54, ଜଗତସିଂହପୁରରୁ 20, କନ୍ଧମାଳରୁ 19, ଗଞ୍ଜାମରୁ 17, ଭଦ୍ରକ ଓ ମୟୁରଭଞ୍ଜରୁ 9 ଜଣ ଲେଖାଏଁ ସୁସ୍ଥ ହୋଇଥିବା ଜଣାପଡ଼ିଛି ।
କେନ୍ଦୁଝରରୁ 8, ଢ଼େଙ୍କାନାଳ ଓ ପୁରୀରୁ 7 ଜଣ ଲେଖାଏଁ ସୁସ୍ଥ ହୋଇଥିବା ବେଳେ କେନ୍ଦ୍ରାପଡ଼ା ଓ ନୟାଗଡ଼ରୁ 4 ଜଣ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାସହ କଳାହାଣ୍ଡି, ମାଲକାନଗିରି ଓ ସମ୍ବଲପୁରରୁ 2 ଜଣ ଲେଖାଏଁ ସୁସ୍ଥ ହୋଇଥିବା ବେଳେ ବୌଦ୍ଧ, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏଁ କରୋନା ସଂକ୍ରମିତ ସୁସ୍ଥ ହୋଇ ଫେରିଛନ୍ତି ।
