ନୂଆଦିଲ୍ଲୀ: ମେ’ 3 ଯାଏ ପୂରା ଦେଶ ପୁଣି ଲକ୍ ଡାଉନ୍ ଘୋଷଣା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଲକ୍ ଡାଉନ୍ ନିୟମ କଡ଼ାକଡ଼ି ହେବା ସହ ଆଉ ଯେମିତି ନୂଆ ହଟ ସ୍ପଟ ଚିହ୍ନଟ ନହୁଏ ସେଥିପ୍ରତି କଠୋର ହେବାକୁ ମୋଦି ଆହ୍ୱାନ ଦେଇଛନ୍ତି । ତେବେ ଏହାକୁ ଦୃଷ୍ଟିରେ ରଖି ଭାରତୀୟ ରେଲ ନେଇଛି ବଡ଼ ନିଷ୍ପତ୍ତି । ସମସ୍ତ ପାସେଞ୍ଜର ଟ୍ରେନ ମେ’ 3 ଯାଏ ବାତିଲ କରାଯାଇଛି । ଏହାସହ, ମେଲ୍, ପ୍ରିମିୟମ, ଏକ୍ସପ୍ରେସ, ମେଟ୍ରୋ ସବୁ ବନ୍ଦ । ଏନେଇ ଭାରତୀୟ ରେଳ ପକ୍ଷରୁ ସୂଚନା ଦିଆଯାଇଛି ।
All passenger train services on Indian Railways including Premium trains, Mail/Express trains, Passenger trains, Suburban Trains, Kolkata Metro Rail, Konkan Railway etc shall continue to remain suspended till the 2400 hrs of 3rd May: Ministry of Railways https://t.co/SZ7mUugP9B— ANI (@ANI) April 14, 2020
ଅର୍ଗସ ବ୍ୟୁରୋ: ପରଲୋକରେ ବଲିଉଡ ଅଭିନେତା ଜୁନିଅର ମେହମୁଦ। ହିନ୍ଦୀ ସିନେମା ଜଗତରୁ ପୁଣି ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଦୁନିଆକୁ ଅଲବିଦା କହିଛନ୍ତି ଜୁନିଅର ମେହମୁଦ । ମୃତ୍ୟୁ ବେଳକୁ ତାଙ୍କୁ ପ୍ରାୟ ୬୭ ବର୍ଷ ବୟସ ହୋଇଥିଲା। ୭୦-୮୦ ଦଶକର ତାଙ୍କ ଅଭିନୟର ଯାଦୁ ଦେଖାଇଥିବା ଜୁନିଅର ମେହମୁଦ ଫିଲ୍ମ ଇଣ୍ଡଷ୍ଟ୍ରିରେ ବହୁତ ସମୟ ଅତିବାହିତ କରିଛନ୍ତି। ଅଭିନେତାଙ୍କ ଜୁନିଅର ମେହମୁଦ ତାଙ୍କ ଘରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଅଭିନେତାଙ୍କ ଦେହାନ୍ତ ଖବରକୁ ତାଙ୍କ ଘନିଷ୍ଠ ବନ୍ଧୁ ସଲିମ କାଜୀଙ୍କ ଦ୍ୱାରା ନିଶ୍ଚିତ ହୋଇଛି। ତାଙ୍କ ମୃତ୍ୟୁ ପରେ ପୁରା ଫିଲ୍ମ ଇଣ୍ଡଷ୍ଟ୍ରିରେ ଦୁଃଖର ଛାଇ ଖେଳିଯାଇଛି। ସେ ଦୀର୍ଘ ଦିନ ହେବ କର୍କଟ ରୋଗରେ ପୀଡିତ ଥିଲେ।
`କାରବାଁ', 'ହାଥୀ ମେରେ ସାଥି' ଏବଂ 'ମେରା ନାମ ଜୋକର' ଭଳି ଚଳଚ୍ଚିତ୍ରରେ ନିଜର ଦକ୍ଷ ଅଭିନୟ ପ୍ରଦର୍ଶନ କରି ଦର୍ଶକଙ୍କ ପାଖରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:
ଅର୍ଗସ ବ୍ୟୁରୋ: ପର୍ଯ୍ୟଟନରେ ରେକର୍ଡ କଲା କେନ୍ଦ୍ରଶାସିତ ଅଞ୍ଚଳ ଜାମ୍ମୁ-କାଶ୍ମୀର । ଚଳିତ ବର୍ଷ ୧୧ ମାସ ମଧ୍ୟରେ ଆସିଛନ୍ତି ୨ କୋଟି ପର୍ଯ୍ୟଟକ । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ଜୀ କିଷାନ ରେଡ୍ଡି । ଉତ୍ତର-ପୂର୍ବ ସମେତ ଦେଶର ବିଭିନ୍ନ ସ୍ଥାନରେ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ପାଇଁ ଭାରତ ସରକାର ଅନେକ ପଦକ୍ଷେପ ନେଇଛନ୍ତି । ଯାହାର ପ୍ରଭାବ ଏବେ ଦେଖିବାକୁ ମିଳୁଛି । ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ପାଇଁ କେନ୍ଦ୍ର ସରକାର ପ୍ରତି ଶିକ୍ଷାନୁଷ୍ଠାନରେ “ଯୁବ ପର୍ଯ୍ୟଟନ କ୍ଲବ” ପ୍ରତିଷ୍ଠା କରିବାକୁ ଚେଷ୍ଟା କରୁଛନ୍ତି ।
ଏହି କ୍ରମରେ ବର୍ତ୍ତମାନ ସୁଦ୍ଧା ୩୫ ହଜାର କ୍ଲବ ପ୍ରତିଷ୍ଠା ହୋଇଥିବା ସେ କହିଛନ୍ତି । ପୂର୍ବରୁ ଉତ୍ତର-ପୂର୍ବରେ ରେଳ, ସଡ଼କ ଓ ବିମାନ ସଂଯୋଗ ପର୍ଯ୍ୟାପ୍ତ ନଥିଲା । କିନ୍ତୁ ବର୍ତ୍ତମାନ କେନ୍ଦ୍ର ସରକାର ଏହି ଅଞ୍ଚଳର ଭିତ୍ତିଭୂମି ବିକାଶ ଉପରେ ଗୁରୁତ୍ବ ଦେଉଥିବାରୁ ପର୍ଯ୍ୟଟକଙ୍କ ସଂଖ୍ୟା ବଢିଛି । ଉତ୍ତର-ପୂର୍ବରେ ଭିତ୍ତିଭୂମି ବିକାଶ ପାଇଁ କେନ୍ଦ୍ର ସରକାର ୯ ବର୍ଷରେ ୫ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିଥିବା କହିଛନ୍ତି ପର୍ଯ୍ୟଟନ ମନ୍ତ୍ରୀ ଜୀ କିଷାନ ରେଡ୍ଡି ।
ଅଧିକ ପଢ଼ନ୍ତୁ ଦେଶ ଖବର:
ଅର୍ଗସ ବ୍ୟୁରୋ: କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାର ଭୁରି ଭୁରି ପ୍ରଶଂସା କଲେ ସ୍ଥଳ ସେନାମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ । ସେ କହିଛନ୍ତି ଅଗ୍ନିପଥ ଯୋଜନା ହେଉଛି ଏଭଳି ଏକ ଯୋଜନା ଯାହା ସେନାର ସବୁ କ୍ଷେତ୍ରରେ ବୈଷୟିକ ଜ୍ଞାନକୌଶଳ ଯୁକ୍ତ ଯୁବକମାନଙ୍କୁ ସାମିଲ ହେବା ପାଇଁ ସୁଯୋଗ ପ୍ରଦାନ କରିଛି । ପୁଣେର ମିଲିଟାରୀ ଇଞ୍ଜିନିୟରିଂ କଲେଜର ସମାବର୍ତ୍ତନ ସମାରୋହରେ ଯୋଗଦେବା ସହ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଏହା କହିଛନ୍ତି ଜେନେରାଲ ମନୋଜ ପାଣ୍ଡେ । ଅଗ୍ନିବୀର ମାନଙ୍କୁ ପ୍ରଶିକ୍ଷଣ ଦେବାରେ ସେନା ଅଧୀକାରୀମାନଙ୍କ କାର୍ଯ୍ୟକୁ ମଧ୍ୟ ସେ ପ୍ରଶଂସା କରିଛନ୍ତି ।
ଅଧିକ ପଢ଼ନ୍ତୁ ଦେଶ ଖବର: