ପ୍ରକଳ୍ପ ଶେଷ ପର୍ଯ୍ୟାୟରେ ପହ଼ଞ୍ଚିଥିବାବେଳେ ସାମ୍ନାକୁ ଆସିଛି ଏହି ବଡ଼ ଦୁର୍ନୀତି । ବୁଡି ଅଞ୍ଚଳରେ ଗଛ କାଟିବା ପାଇଁ ଓଡିଶା ବନ ଉନ୍ନୟନ କର୍ପୋରେସନକୁ ପ୍ରଥମ ପର୍ଯ୍ୟାୟରେ 50 କୋଟି ଟଙ୍କା ପ୍ରଦାନ କରାଯାଇଥିଲା । ବିଭାଗ ତଥ୍ୟ ଅନୁସାରେ ବର୍ତମାନ ସୁଦ୍ଧା 25କୋଟିରୁ ଅଧିକ ଅର୍ଥ ଖର୍ଚ୍ଚ ହୋଇସାରିଛି । କିନ୍ତୁ ଏଯାଏ ଅଧିକାଂଶ ଅଞ୍ଚଳର ଗଛ କଟା ସରିନାହିଁ । ଦସ୍ତାବିଜ ଅନୁସାରେ ଗଛକଟା ପାଇଁ ମୋଟ ୧୨ଜଣଙ୍କୁ ନିୟୋଜିତ କରାଯାଇଥିଲେ ବି ପ୍ରତିମାସରେ ୪୦ଜଣଙ୍କ ନାମରେ ଟଙ୍କା ଉଠାଯାଉଛି । ଏପଟେ ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିବାବେଳେ ଥଥମମ ହୋଇଛନ୍ତି ଉଭୟ ପୂର୍ବତନ SDM ଆଶିଷ ମିଶ୍ର ଓ ଡିଭିଜିନାଲ ମ୍ୟାନେଜର ନଳିନୀକାନ୍ତ ଜୟସିଂ ।
ବଲାଙ୍ଗୀର ଓ ସୋନପୁର ଜିଲ୍ଲାର ଲାଇଫଲାଇନ ଲୋୟର ସୁକତେଲ ପ୍ରକଳ୍ପ ସମ୍ପୂର୍ଣ୍ଣ ହେବା ପୂର୍ବରୁ ବନ ବିଭାଗ ଅଧିକାରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକାର ପର୍ଦ୍ଦାଫାସ ହୋଇଛି । ସରକାରୀ ତହବିଲରୁ କୋଟିକୋଟି ଟଙ୍କା ଲୁଟ୍ ହୋଇଥିବାର ପ୍ରମାଣ ମିଳିଥିବାବେଳେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଗଛକଟା ଦାୟିତ୍ବରେ ଥିବା କର୍ମଚାରୀ ଭାଗୀରଥି ବାଗ । ଖୋଦ ବନ ବିଭାଗ ଅଧିକାରୀଙ୍କ ଦୁର୍ନୀତିରେ ସଂପୃକ୍ତି ଅଭିଯୋଗ ପରେ 23 ବର୍ଷ ସ୍ଥିର ସରକାରର ଦୁର୍ନୀତି ବିରୋଧୀ ଆଭିମୁଖ୍ୟ ଉପରେ ଉଠିଛି ପ୍ରଶ୍ନ ।
ଅଧିକ ପଢନ୍ତୁ ଓଡ଼ିଶା ଖବର