ଦୃଶ୍ୟ ରାଜଧାନୀ ଭୁବନେଶ୍ବରର। କୁହାଯାଉଛି ଏମାନେ କୁଆଡେ ବିଜେବି କଲେଜର ଛାତ୍ର। ଏ ଦୃଶ୍ୟ ଭୟ ଆଉ ଅତାଙ୍କର। ରାସ୍ତା କଡ଼ରେ ଆଣ୍ଠେଇ ବସିଥିବା ପିଲା ଜଣକ କଲେଜର ଜୁନିୟର ଛାତ୍ର। ଆଉ ତାଙ୍କ ବେକ ଶଣ୍ଢାକୁ ଟେକିଧରି ଧମକ ଦେଉଥିବା ଏ ବି ଜଣେ ଛାତ୍ର। କିନ୍ତୁ ଉଭୟଙ୍କ ଭିତରରୁ କୌଣସି କାରଣରୁ ତିକ୍ତତା ରହିଛି ନ ଚେତ୍ ଏହା ଖୋଲାଖୋଲି ଭାବେ ଗୋଟେ ରାଗିଂର ଦୃଶ୍ୟ। ଭାଇରାଲ ଭିଡିଓ ହୋଇଥିବାରୁ ଏହାର ସତ୍ୟାତା ଯାଞ୍ଚ ହୋଇପାରି ନାହିଁ।
ଭିଡିଓରେ ଆଣ୍ଠେଇଥିବା ଛାତ୍ରଜଣକ ଭୟଭିତ କରାଯାଉଛି। କୁହାଯାଉଛି, ତୁ ମତେ ଭୟ କର, ନ ଚେତ୍ କିଛି ଭଲ ହବନି। ଏ ଡର ଆଗରୁ ତୋ ଆଖିରେ ଦେଖିଥିଲେ ହୁଏତ ଭଲ ହେଇଥାନ୍ତା। ଏ ଶବୁ ଶବ୍ଦ ଶୁଣିବା ପରେ ଆପଣ ଅନୁମାନ କରିପାରୁଥିବେ କାହାଣୀର ପ୍ଲଟ ନିଶ୍ଚିତ ପୂର୍ବ ପ୍ରସ୍ତୁତ। ସମ୍ଭବତଃ ଏହା ପ୍ରେମ ଜନିତ ବ୍ୟାପାର ବୋଲି କୁହାଯାଉଛି। ତଥାପି ସତ୍ୟତା ନ ଯାଣି ଏ ସମ୍ପର୍କରେ ଟିପ୍ପଣୀ ଦେବା ଆଦୌ ଉଚିତ ନୁହେଁ।
ସେପଟେ ରାଗିଂକୁ ଖଣ୍ଡନ କରିଛି କମିଶନରେଟ୍ ପୋଲିସ। ଭାଇରାଲ ଭିଡିଓ ନେଇ ତଦନ୍ତ ଚାଲିଥିବା କହିଛନ୍ତି ଡିସିପି।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।