ଅଭିଯୋଗ, ପୂର୍ବ ବିଜେଡି ଶାସନ ସମୟରେ ମାଲକାନଗିରି ମୋଟୁରେ ହୋଇଛି ଏ ସାଂଘାତିକ କେଳେଙ୍କାରୀ। ଜବରଦଖଲ ହୋଇଥିବା ଏ ଜମିକୁ ସଂଯୋଗ ହୋଇଥିବା ଏ ରାସ୍ତା ନରେଗା ଯୋଜନାରେ ନିର୍ମାଣ ହୋଇଛି। ପୋଖରୀ ଖୋଳା ପାଇଁ ମତ୍ସ୍ୟ ବିଭାଗ ଯୋଗାଇ ଦେଇଛି ଆର୍ଥିକ ସହାୟତା। ସରକାରୀ ଉଠାଜଳସେଚନ ପ୍ରକଳ୍ପ ବି କରାଯାଇଛି । ସବୁଠାରୁ ବଡ଼ କଥା ହେଲା ତହସିଲଦାରଙ୍କଠାରୁ ନେଇ ସ୍ଥାନୀୟ ରେଞ୍ଜର ଜଙ୍ଗଲ ଜମି ଜବରଦଖଲ ବାବଦରେ ସ୍ଥାନୀୟ ସରକାରୀ ଅଧିକାରୀଙ୍କୁ ସବୁ ଜଣା। କିନ୍ତୁ କଥାରେ ନାହିଁ ତାଳମେଳ । ତହସିଲଦାର ଏହାକୁ ସଂରକ୍ଷିତ ଜଙ୍ଗଲ କହୁଥିବାବେଳେ, ରେଞ୍ଜର କହିଛନ୍ତି ରାଜସ୍ବ ଜଙ୍ଗଲ। ଅନ୍ୟପଟେ ଜବରଦଖଲ ଉଚ୍ଛେଦ ନେଇ ପରସ୍ପର ଉପରକୁ ଦୋଷ ଠେଲୁଛନ୍ତି। ପ୍ରଶ୍ନ ହେଲା ଜଙ୍ଗଲ ଜମି ଜବରଦଖଲ ପଛରେ ରହିଛି କାହାର ସମ୍ପୃକ୍ତି ? କାହା ସହଯୋଗ ଓ ସୁରକ୍ଷାରେ ହୋଇଛି ଏମିତି କାରନାମା ? ଜବରଦଖଲ ଜମିରେ ସରକାରୀ ପ୍ରକଳ୍ପ ହେଲା କେମିତି ? କେଳେଙ୍କାରୀ ପଛରେ ରହିଛି କି ସ୍ଥାନୀୟ ବିଜେଡି ନେତାଙ୍କର ହାତ ? ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେବା ସତ୍ବେ ସବୁ ଜାଣି କାହିଁକି ଚୁପ୍ ବସିଛି ମାଲକାନଗିରି ।
ଅଧିକ ପଢନ୍ତୁ ଓଡ଼ିଶା ଖବର