ଏହି ପଞ୍ଚାୟତ ର ଗରିବ ହିତାଧିକାରୀ ମାନେ 2017-18 ଏବଂ 2018-19 ଆର୍ଥିକ ବର୍ଷ ରେ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ସାମିଲ ହୋଇ ଘର ମଧ୍ୟ ପାଇଛନ୍ତି l କିନ୍ତୁ ଘର ସମ୍ପୂର୍ଣ୍ଣ ନ କରି ଯୋଜନା ରେ ଆସିଥିବା ସମସ୍ତ ଟଙ୍କା କୁ ଉଠା ଯାଇଛି l ଆଦିବାସୀ ଅଶିକ୍ଷିତ ଗରିବ ସରଳ ଲୋକ ମାନେ ପ୍ରତେକ କ୍ଷେତ୍ର ରେ ଅନ୍ୟ ଉପରେ ନିର୍ଭର ରଖିଥାନ୍ତି l ଆବାସ ଯୋଜନା ରେ ସାମିଲ ହୋଇ ଘର ଟିଏ କରିବେ ବୋଲି ଆଶା ରଖି ଦଲାଲର ହାତରେ କାମ ଦେଇଥିଲେ କିନ୍ତୁ ଦଲାଲ ଏବଂ ବିଭାଗୀୟ ଅଧିକାରୀଙ୍କ ମଧୁ ଚନ୍ଦ୍ରିକା ହେତୁ ହିତାଧିକାରୀଙ୍କ ସରକାରୀ ଘର ସପ୍ନ ପାଲଟିଛି l କୋଉଠି ଫାଉଂଡେସନ ହୋଇ ରହିଛି ତ କୋଉଠି ଛାତ ପଡିଛି କିନ୍ତୁ ପ୍ଲାଷ୍ଟୋରିଙ୍ଗ ଏବଂ କବାଟ ଝୋରକା ଲାଗିନି କିନ୍ତୁ ଵିଲ ସମ୍ପୂର୍ଣ୍ଣ ହୋଇଥିବା ଜଣା ପଡିଛି l ଘର ସମ୍ପୂର୍ଣ୍ଣ ପାଇଁ ଠିକାଦାରଙ୍କୁ କହିଲେ ଧମକ ଦେବା କଥା ଭି ହିତାଧିକାରୀ ମାନେ କହୁଛନ୍ତି l ଅନ୍ୟ ପକ୍ଷରେ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ଘର ତିଆରି କରିବା ପାଇ ପ୍ରଥମେ କିସ୍ତି 20000 ହଜାର ଟଙ୍କା ଦେଇ ଘୋର ଫାଉଣ୍ଡସନ କଳା ପରେ ଜିଓଟେକ କରି ଦ୍ୱିତୀୟ କିସ୍ତିରେ 35000 ହଜାର ଟଙ୍କା ଦେବାର ବ୍ୟବସ୍ଥା ରହିଛି ଏପରି ଭାବେ 4ଟି କିସ୍ତିରେ ଏକ ଲକ୍ଷ ତିରିଶି ହଜାର( 130000) ଟଙ୍କା ପ୍ରଦାନ କୋଆଯାଇଥାଏ ତାହା ଭି ଘର ସମ୍ପୂର୍ଣ୍ଣ ହେବା ପରେ l ସବୁଠୁ ଦୁଃଖ ର ବିଷୟ ସନମତି ମୁଦୁଲି ନାମକ 70ବର୍ଷୀୟ ଦୃଷ୍ଟିହିନ ଵୃଦ୍ଧା ର ଘର କାମକୁ ମଧ୍ୟ ଦଲାଲ ଅଧୁରା କରି ଚୁପ l ଅନ୍ୟ ପକ୍ଷରେ ଯଦିଓ ଘୋର ସମ୍ପୂର୍ଣ୍ଣ ହୋଇ ନାହିଁ ତେବେ ଘର ର ସମ୍ପୂର୍ଣ୍ଣ ବିଲ୍ କିପରେ ଭାବେ ହେଇଛି l ତାହା ତଦନ୍ତ କରି ଯୋଉମାଙ୍କ ର ଘର ଅଧୁରା ରହିଛି ସେମାନଙ୍କର ଘୋର ପୁରା କୋରିବାର ବ୍ୟବସ୍ଥା କରିବି ବୋଲି ବୋରିଗୁମ୍ମା GPO କହିଛନ୍ତି l
ଓଡିଶା ଖବର ଆହୁରି ପଢନ୍ତୁ