ସହାୟତା ଅପେକ୍ଷାରେ ଅକ୍ଷୟ ...
ଭୁବନେଶ୍ୱର: ଏଏନଏମ କର୍ମୀଙ୍କ ନାଁରେ ଠକେଇ ଅଭିଯୋଗ । ଏହାକୁ ନେଇ ତିନି ଜଣଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ଯିଏ ଧାରଣା ପାଇଁ ଭୁବନେଶ୍ୱର ଆସିବ, ତାକୁ ଚାକିରି ମିଳିବ ବୋଲି କିଛି ଏଏନଏମ ଲିଡର କହୁଥିବା ଅଡିଓ ଭାଇରାଲ ହୋଇଛି । ଏଭଳି କହି ଏଏନଏମ କର୍ମଚାରୀଙ୍କୁ ଠକେଇ ନେଇ ନିଜ ଆଡୁ ମାମଲା ରୁଜୁ କରିଛି କ୍ୟାପିଟାଲ ଥାନା ପୋଲିସ I
ଏଏନଏମ କର୍ମୀଙ୍କ ନାଁରେ ଠକେଇ ହୋଇଛି I ଧାରଣାରେ ବସିଥିବା କର୍ମଚାରୀ ମାନଙ୍କୁ ପ୍ରଲୋଭିତ କରାଯାଇ ଟଙ୍କା ମଗାଯାଉଛି I ଯାହା ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । ଯେଉଁମାନେ ଚାକରି ପାଇବାକୁ ଚାହୁଛନ୍ତି ସେମାନଙ୍କୁ ଜଣକ ପିଛା 15ହାଜର ଲେଖାଏଁ ଦେବାକୁ ପଡିବ I
ସେମାନଙ୍କ ନିକଟରୁ 50 ହଜାର ଟଙ୍କା ଜବତ କରାଯାଇଛି I କୋଟି କୋଟି ଟଙ୍କା ଠକେଇ କରି ଫେରାର ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ ଅଭିଯୁକ୍ତ I ତେବେ ଧାରଣା ସ୍ଥଳରେ ବସିଥିବା କିଛି ନେତାଙ୍କ ସମ୍ପୃକ୍ତିକୁ ନେଇ ସନ୍ଦେହ କରାଯାଉଛି I