Argus Update News 9Am
ମୟୁରଭଞ୍ଜ: ମୟୁରଭଞ୍ଜ ଜିଲ୍ଲାର ଶୁକୃଲି ବଜାରରୁ 8 ବର୍ଷର ଶିଶୁ ନିଖୋଜ । ଜଣେ ଫେରିବାଲା ଛୁଆଟିକୁ ଚୋରୀ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ଶିଶୁଟି ରରୁଆଁ ଥାନା ଅନ୍ତର୍ଗତ ବେଗୁନାବିନ୍ଧା ଗାଁର ।
କିଛି ଦିନ ହେବ ଫେରିବାଲାଟି ବେଗୁନାବିନ୍ଧା ଗାଁ ରେ ରହୁଥିଲା । ଦୁଇଦିନ ତଳେ କେହି ଘରେ ନଥିବାର ସୁଯୋଗ ନେଇ ୮ ବର୍ଷର ଶିଶୁ କୁ ନେଇ ଯାଇଥିବାର ଅଭିଯୋଗ ହେଇଛି ।
ଦୁଇଦିନ ଧରି ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ମଧ୍ୟ ଶିଶୁଟିକୁ ପାଇନଥିଲେ । ପରେ ଗତକାଲି ଶିଶୁଟି ନିଖୋଜ ଥିବା ନେଇ ବଡ଼ ଭଉଣୀ ରରୁଆଁ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତିକରି ପୋଲିସ ତଦନ୍ତ ଆରମ୍ଭ କରିଛି ।