ଟ୍ରକରେ ଲାଗିଲା ନିଆଁ...
ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ଥାନା ଲକର୍ମା ଗାଁରେ ଯୌତୁକ ଜନିତ ବଧୂ ହତ୍ୟା ଅଭିଯୋଗ ହୋଇଛି। ଶ୍ୱଶୁର ଘର ଲୋକେ ମହିଳାଙ୍କୁ ପୋଡି ମାରି ଦେଇଥିବା ସୋନପୁର ଥାନାରେ ଅଭିଯୋଗ ହୋଇଛି । ମୃତକ ମହିଳା ଜଣକ ହେଲେ ଜାନକୀ କର୍ଣ୍ଣ। ଜାନକୀ ବୌଦ୍ଧ ଜିଲ୍ଲା ପାଇକବାହଲ ଗାଁର ସୁରେନ୍ଦ୍ର ମାହାକୁରଙ୍କ ଝିଅ, ଲକର୍ମା ଗାଁର ନିରଂଜନ କର୍ଣ୍ଣକୁ ୨୦୧୬ ମସିହାରେ ବୈଦିକ ରୀତିରେ ବିବାହ କରିଥିଲେ।
ଶ୍ୱଶୁର ଘର ଲୋକେ ଝିଅ ପୋଡି ହୋଇଯାଇଛି ବୋଲି ଝିଅର ବାପ ଘରକୁ ଖବର ଦେଇଥିଲେ । ତେବେ ପରିବାର ଲୋକେ ଝିଅକୁ ଘର ଲୋକେ କିରାସିନି ଢାଳି ମାରି ଦେଇଥିବା ସୋନପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।ଲିଖିତ ଅଭିଯୋଗ ପରେ ସୋନପୁର ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।