କଟକ: ପୁଣି ବିବାଦରେ ରାଜ୍ୟ ଚଳଚ୍ଚିତ୍ର ଓ ଟେଲି ପୁରସ୍କାର । ହାଇକୋର୍ଟଙ୍କ ଛାଟ ପରେ ବି ଶିଖିଲେନି ସରକାର । ପୁରସ୍କାର ଚୟନରେ ପାତର ଅନ୍ତର । ଘୋଷଣା ନ କରି ତରବରିଆ ଭାବେ ଦେଇ ଦେବେ ପୁରସ୍କାର । କପି ଫିଲ୍ମକୁ ପ୍ରୋତ୍ସାହନ ମିଳିଥିବା ବେଳେ ମୌଳିକ ଓଡ଼ିଆ ଫିଲ୍ମକୁ କରାଯାଇଛି ହତାଦାର । ପୂର୍ବ ବର୍ଷମାନଙ୍କରେ ପୁରସ୍କାର ଘୋଷଣା ହେଉଥିଲା, କିଏ ପୁରଷ୍କୃତ ହେବେ ତାର ତାଲିକା ଘୋଷଣା ହେଉଥିଲା, ହେଲେ ଏବେ ଯେହେତୁ ପୁରସ୍କାର ଚୟନରେ ପାରଦର୍ଶିତା ରହୁନାହିଁ ତେଣୁ ଘୋଷଣା କରିବାକୁ ଡରୁଛି ସଂସ୍କୃତି ବିଭାଗ ।
ଯାହାକୁ ନେଇ ଉଠିଛି ବଡ଼ ପ୍ରଶ୍ନ । 2019 ରାଜ୍ୟ ଚଳଚ୍ଚିତ୍ର ପୁରସ୍କାରକୁ ନେଇ ଉଠିଥିଲା ବିବାଦ। କପି ଓ ରିମେକ୍ ମୁଭିକୁ ପୁରସ୍କାର ମିଳିଥିବାର ଅଭିଯୋଗ କରି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ନିର୍ଦ୍ଦେଶକ ବବି ଇସଲାମ୍ । ରିମେକ୍ ହୋଇଥିବା ଦୁଇ ଓଡ଼ିଆ ଫିଲ୍ମ ‘ଖୁସି’ ଓ ‘ଗୋଲମାଲ୍ ଲଭ୍’କୁ କୌଣସି ବର୍ଗରେ ପୁରସ୍କାର ପାଇଁ ବିଚାରକୁ ନିଆଯିବ ନାହିଁ ବୋଲି ସ୍ପଷ୍ଟ କରିଥିଲେ ଉଚ୍ଚ ନ୍ୟାୟାଳୟ । ହେଲେ ପୁଣି ରିମେକ ପ୍ରେମ ସଂସ୍କୃତି ବିଭାଗର ଯାଇନଥିବା ଅଭିଯୋଗ ହୋଇଛି।
ମନୋରଞ୍ଜନ ନ୍ୟୁଜ ଆହୁରି ପଢନ୍ତୁ