ସୁନ୍ଦର ଦେଖାଯିବା ଲାଗି କାହାର ବା ଇଛା ନଥାଏ । ଏଥିପାଇଁ ଉଭୟ ପୁରୁଷ ଓ ମହିଳା ଭିନ୍ନ ଭିନ୍ନ ଉପାୟ ଅବଲମ୍ବନ କରନ୍ତି । ଏଥିପାଇଁ କିଏ ଦାମିକା କ୍ରିମ୍, ଲୋସନ ଆଦି ଲଗାଏ , ତ କିଏ ଘରୋଇ ଉପଚାର ଆପଣାଥାନ୍ତି ।
[caption id="attachment_71780" align="alignnone" width="498"]
ବହୁ ମହିଳା, ଯୁବତୀ ତ୍ୱଚାର ଚମକ ବଜାୟ ରଖିବା ଲାଗି ନିୟମିତ ବ୍ୟବଧାନରେ ଫେସିଆଲ କରନ୍ତି । ତେବେ ଫେସିଆଲ କରିବା ଦ୍ୱାରା କଣ କଣ ସବୁ ଉପକାର ହୋଇଥାଏ ଆଶନ୍ତୁ ଜାଣିବା । ଏହାଦ୍ୱାରା ତ୍ୱଚା ପରିଷ୍କାର ରହିବା ସହ ଆବଶ୍ୟକ ପୋଷକ ତତ୍ତ୍ୱ ପାଇବା ଯୋଗୁ ଏହା ନରମ , ମୁଲାୟମ ଓ ଉଜ୍ଜ୍ୱଳ ରଖିଥାଏ ।
ବୟସର ଛାପରୁ ରକ୍ଷା ପାଇପାରିବେ:
ସାଧାରଣତଃ ଚେହେରା ଦେଖି ଲୋକଙ୍କ ଆନୁମାନିକ ବୟସ ଜାଣି ହୁଏ। ବୟସାଧୀକ ହେଲେ ତ୍ୱଚା ଉପରେ ଭାଙ୍ଗ ପଡ଼ିଯାଏ। ଫଳରେ ତ୍ୱଚାର ଚମକ ଫିକା ପଡ଼ିଯାଏ। ଏଥିପାଇଁ ବୟସର ଛାପ ଲୁଚାଇବା ଲାଗି ଫେସିଆଲ ଲାଭଦାୟକ ଅଟେ। ନିୟମିତ ଫେସିଆଲ କରିବା ଦ୍ୱାରା ତ୍ୱଚାରେ ଥିବା କୋଷିକାର ପୁର୍ନଃଜନ୍ମ ହୋଇଥାଏ।
ଚମକଦାର ତ୍ୱଚା:
ଆମେ ବାହାରକୁ ଗଲେ ପ୍ରଦୂଷିତ ପଦାର୍ଥ ତ୍ୱଚାରେ ଜମି ଯିବା କାରଣରୁ ବ୍ରଣ ଆଦି ସମସ୍ୟା ଦେଖାଯାଏ। ଏଥିନିମନ୍ତେ ତ୍ୱଚାକୁ ସଫା କରିବା ଜରୁରୀ ଅଟେ। ଏହି ସମସ୍ୟାରୁ ମୁକଳିବା ଲାଗି ଫେସିଆଲ ଏକ ଭଲ ଉପାୟ ଅଟେ। ଆଜିକାଲିର ଜୀବନଶୈଳୀ ଓ ଜଙ୍କ ଫୁଡ ଖାଇବା ଯୋଗୁ ବହୁ ଲୋକଙ୍କ ଚେହେରାର ଚମକ ବୟସ ପୂର୍ବରୁ ହଜି ଯାଉଛି। ଏପରିସ୍ଥିତିରେ ପୁରୁଣା ଚମକ ଫେରାଇ ଆଣିବାକୁ ଫେସିଆଲ ସାହାଯ୍ୟ କରିଥାଏ।
ବ୍ରଣ ସମସ୍ୟାରୁ ମୁକ୍ତି:
ବ୍ରଣ ହେବାର ମୁଖ୍ୟ କାରଣ ଆମ ତ୍ୱଚା ଠିକ୍ ଭାବେ ପରିଷ୍କାର ହୋଇପାରେନି। ଅପରିଷ୍କାର ପଦାର୍ଥ ଜମା ହୋଇ ମୁହଁରେ ବ୍ରଣ ସମସ୍ୟା ସୃଷ୍ଟି ହୁଏ। ଫେସିଆଲ ଦ୍ୱାରା ଚେହେରାରେ ହୋଇଥିବା ଦାଗ ଓ ବ୍ରଣ ସମସ୍ୟାରୁ ବହୁ ମାତ୍ରାରେ ମୁକ୍ତି ମିଳେ।
ରକ୍ତ ପ୍ରବାହ ଠିକ୍ ହୋଇଥାଏ:
ନିୟମିତ ଫେସିଆଲ କରିବା ଦ୍ୱାରା ତ୍ୱଚାରେ ରକ୍ତ ସଞ୍ଚାଳନ ଠିକ ହେବା ସହ ଚେହେରାକୁ ଠିକ୍ ପୋଷକ ତତ୍ତ୍ୱ ମଧ୍ୟ ମିଳିଥାଏ। ମସାଜ ଦ୍ୱାରା ରକ୍ତ ପ୍ରବାହ ଠିକ୍ ହୋଇଥାଏ। ଫେସିଆଲ ଦ୍ୱାରା ମୁହଁର କୋଷିକା ଠିକ୍ ଓ ସ୍ୱସ୍ଥ ରହିଥାଏ। ଏହାଦ୍ୱାରା ଚେହେରାରେ ଚମକ ବଜାୟ ରହିଥାଏ।
