ଭୁବନେଶ୍ୱର: ଜାନୁଆରୀ ୫ରେ ମୋଦି ବିକାଶର ବାସ୍କେଟ ନେଇ ପୁଣିଥରେ ଓଡ଼ିଶା ଆସୁଛନ୍ତି । ଅନ୍ୟପଟେ ଜାନୁଆରୀ ୧୮ ତାରିଖରେ କଟକ ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ପ୍ରଭାରୀ ଅରୁଣ ସିଂହ ।
କଟକରେ ୪ଟି ସ୍ଥାନରେ ବୁଥ୍ସ୍ତରୀୟ ସମ୍ମିଳନୀରେ ଯୋଗଦେବେ ଅମିତ ଶାହ । ତେବେ କଟକର କେଉଁ ସ୍ଥାନରେ ସମ୍ମଳନୀର ଆୟୋଜନ ହେବ ସେନେଇ କୌଣସି ସୂଚନା ଦେଇ ନାହାନ୍ତି ଅରୁଣ ସିଂହ । ଆସନ୍ତା ୫ରେ ପ୍ରଧାନମନ୍ତ୍ରୀ ମୋଦି ଆସୁଛନ୍ତି । ଓଡ଼ିଶାର ମୟୂରଭଞ୍ଜ ଗସ୍ତ କରିବେ ମୋଦି । ବାରିପଦା ଗସ୍ତ ସମୟରେ ମୋଦି ୪,୫୦୦କୋଟି ଟଙ୍କାର ପ୍ରକଳ୍ପକୁ ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି ।
ପୁଣିଥରେ ଆସନ୍ତା ୧୬ ତାରିଖରେ ମୋଦି ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି । ଗତ ୨୪ରେ ପ୍ରଧାନମନ୍ତ୍ରୀ ଖୋର୍ଦ୍ଧା ଆସି ୧୪ ହଜାର କୋଟି ଟଙ୍କାର ପ୍ରକଳ୍ପ ଶିଳାନ୍ୟାସ ଓ ଲୋକାର୍ପଣ କରିଥିଲେ । ସେହିପରି ଭୁବନେଶ୍ୱର ଆଇଆଇଟିକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ ।
