ଆଜି ଓଡ଼ିଶାରେ ଶାହଙ୍କ ଦ୍ୱିତୀୟ ଦିନ । ତେବେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଶାହ ମନ୍ଦିରରେ ପ୍ରବେଶ କରି ଲିଙ୍ଗରାଜଙ୍କ ଦର୍ଶନ କରିଛନ୍ତି । ସକାଳୁ ପୁରୀରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କରିବା ପରେ ଭୁବନେଶ୍ୱରରେ ପହଞ୍ଚି ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିଛନ୍ତି । ଶାହଙ୍କ ରାଜ୍ୟ ବିଜେପିର ଅନେକ ବରିଷ୍ଠ ନେତା ମଧ୍ୟ ସେଠାରେ ଉପସ୍ଥିତ ଥିଲେ । ଏହା ପରେ ଭୁବନେଶ୍ୱରରେ ଏକ ଘରୋଇ ମେଡିକାଲର ଶୂଭ ଉଦ୍ଘାଟନ କରି ଦିଲ୍ଲୀ ଫେରିବାର କାର୍ଯ୍ୟକ୍ରମ ରହିଛି ।
ଶୁକ୍ରବାର ମେ’ ଫେୟାର ହୋଟେଲରେ ଦଳୀୟ ବୈଠକରେ ଯୋଗଦେବା ପରେ ସନ୍ଧ୍ୟାରେ ପୁରୀ ଯାଇଥିଲେ ଶାହ । ସେଠାରେ ରାତ୍ରିଯାପନ କରି ସକାଳୁ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରି ସେ ଭୁବନେଶ୍ୱର ଫେରିଛନ୍ତି ।