ଏପରିକି ସାଲୁଜା ବନ୍ଧୁକ ଦେଖାଇଥିବା ଅଭିଯୋଗ ହୋଇଥିବା ଜଣାପଡ଼ିଛି । ପରେ ଖବର ପାଇ ବେଳପଡା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗଣ୍ଡଗୋଳ କୁ ଆୟତ୍ତ କରିବା ସହ କଣ୍ଟାବାଞ୍ଜି ବିଧାୟକଙ୍କ ପୁଅ ଅମିତ ସିଂହ ସାଲୁଜା ସମେତ 6 ଜଣଙ୍କୁ ବିଳମ୍ବିତ ରାତିରେ ବେଳପଡା ଥାନାକୁ ଆଣି ଏକ ମାମଲା ରୁଜୁ କରିଥିଲେ । 6 ଜଣଙ୍କୁ ଆଜି ପାଟଣାଗଡ଼ କୋର୍ଟ ଚାଲାଣ କରିଛି ପୋଲିସ । ଗିରଫ 6 ଜଣ ହେଲେ କଣ୍ଟାବାଞ୍ଜି ବିଧାୟକଙ୍କ ପୁଅ ଅମିତ ସିଂହ ସାଲୁଜା ଓରଫ ସେଜି ସିଂ, ଅଜୟ ଅଗ୍ରୱାଲ, ବିକାଶ ଅଗ୍ରୱାଲ ବିପୁଳ ମାରୁ, ଧର୍ମବୀର ଗୁପ୍ତା ଓ ରାଜପାତ୍ର ।
ଏମାନଙ୍କ ବିରୋଧରେ 452/341/343/294/506/307/384/ 395 ସହ ଅସ୍ତ୍ରଶସ୍ତ୍ର ଆଇନ ର 25 /27 ଧାରାରେ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ତା ସହ ଅମିତ ସିଂହ ସାଲୁଜାଙ୍କ ସେଜି ଜିମରୁ 19 ଲକ୍ଷ ଟଙ୍କା ନଗଦ ଓ କିଛି ପରିମାଣର ମଦ ଜବତ କରାଯାଇଥିବା ଜଣାପଡିଛି ।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।