ନୂଆଦିଲ୍ଲୀ: ଟେନସନ ବଢ଼ାଇଲାଣି ମହାବାତ୍ୟା ‘ଅମ୍ଫାନ’ । ୧୯୯୯ ମହାବାତ୍ୟା ପରେ ଦ୍ୱିତୀୟ ଥର ବଙ୍ଗୋପସାଗରରେ ମହାବାତ୍ୟା ‘ଅମ୍ଫାନ’ ଆସିଥିବାରୁ ସମସ୍ତଙ୍କ ମନରେ ଛନକା । ତେବେ ଏନେଇ ବିସ୍ତୃତ ସୂଚନା ଦେଇଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ।
ବଙ୍ଗୋପସାଗରରେ ସୃଷ୍ଟ ମହାବାତ୍ୟା ଅମ୍ଫାନ ସୁନ୍ଦରବନରେ ଲ୍ୟାଣ୍ଡଫଲ କରିବ । ଏନେଇ ଆଇଏମଡ଼ି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି । ୨୦ ତାରିଖ ଅପରାହ୍ନ କିମ୍ବା ସନ୍ଧ୍ୟାରେ ସ୍ଥଳଭାଗ ଛୁଇଁବ ଅମ୍ଫାନ । ପଶ୍ଚିମବଙ୍ଗ ଦିଘା ଓ ବାଂଲାଦେଶ ହାତିଆ ଦେଇ ଅମ୍ଫାନ ଗତି କରିବ ।
ପଶ୍ଚିମବଙ୍ଗର ୨୪ ପ୍ରଗଣା, ମେଦିନା, ହୁଗୁଳି, ହାୱଡ଼ା ଅଧିକ ପ୍ରଭାବିତ ହେବା ନେଇ ଆଶଙ୍କା ରହିଛି । ବଙ୍ଗୋପସାଗରରେ ଅମ୍ଫାନ ହେଉଛି ଦ୍ୱିତୀୟ ମହାବାତ୍ୟା । ଖରାଦିନ ଯୋଗୁଁ ମହାବାତ୍ୟା ପ୍ରଭାବରେ ବନ୍ୟାର ଆଶଙ୍କା ନାହିଁ । ଓଡ଼ିଶାର ବାଲେଶ୍ୱର, ଜଗତସିଂହପୁର, କେନ୍ଦ୍ରାପଡ଼ା ଅଧିକ ପ୍ରଭାବିତ ହେବ ।
ସମୁଦ୍ରରୁ ସ୍ଥଳଭାଗକୁ ଆସିବା ପରେ ଅମ୍ଫାନ ଧିରେ ଧିରେ ଦୁର୍ବଳ ହେବ ବୋଲି ଆଇଏମଡ଼ି ଡିଜି କହିଛନ୍ତି । । କିନ୍ତୁ ଉପକୂଳରେ ବାତ୍ୟା ମାଡ଼ ହେବା ବେଳେ ୫ମିଟରରୁ ଅଧିକ ଉଚ୍ଚ ଜୁଆର ଉଠିବ । ୧୯୯୯ ମହାବାତ୍ୟାଠାରୁ କମ କ୍ଷତି କରିବ ଅମ୍ଫାନ ବୋଲି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ।