ଗଭୀର କୂଅରେ ଅଜଗର ଫସି ରହିଥିବାରୁ ଦୀର୍ଘ ୨ ଘଣ୍ଟାର ରେସକ୍ୟୁ ଅପରେସନ କରି ସାପକୁ ଉଦ୍ଧାର କରାଯାଇଛି l ଉଦ୍ଧାର ପାଇଁ ସ୍ନେକ ହେଲ୍ପଲାଇନ ସଦସ୍ୟଙ୍କୁ ନାକେଦମ ହେବାକୁ ପଡିଥିଲା l ତେବେ ସାପକୁ ଉଦ୍ଧାର କରି ନୟାଗଡ଼ ବନାଞ୍ଚଳ କାର୍ଯ୍ୟାଳୟକୁ ଆଣି ରଖାଯାଇଛି ।
ସାପର ସ୍ୱାସ୍ଥ୍ୟ ପରୀକ୍ଷା ପରେ ତାକୁ ଘଞ୍ଚ ଜଙ୍ଗଲକୁ ପରବର୍ତ୍ତୀ ସମୟରେ ପଠାଯିବ ବୋଲି ସୂଚନା ରହିଛି । ସାପର ସ୍ୱାସ୍ଥ୍ୟବସ୍ଥାକୁ ନେଇ ସନ୍ଦେହ ସୃଷ୍ଟି ହୋଇଥିବାରୁ ଆସନ୍ତାକାଲି ଓୟୁଟିକୁ ନେଇ xray କରାଯିବାକୁ ଯୋଜନା ରହିଛି l