ଫସି ରହିଥିବା ଶିଶୁ ନିକଟକୁ ଅମ୍ଲଜାନ ପଠାଇବାର ବ୍ୟବସ୍ଥା କରାଯାଉଛି । ମଙ୍ଗଳବାର ସଂଧ୍ୟାରେ ଏଭଳି ଅଘଟଣ ଘଟିଛି । ମଧ୍ୟପ୍ରେଦଶର ବେତୁଲ ଜିଲ୍ଲାର ମାଣ୍ଡଭି ଗାଁରେ ତନ୍ମୟ ନାମକ 8 ବର୍ଷର ଶିଶୁ ଖେଳୁଥିବା ସମୟରେ ଏହି ବୋରଓ୍ବେଲ ଭିତରକୁ ଖସିପଡିଛି । ତେବେ ତନ୍ମୟକୁ ଉଦ୍ଧାର ପାଇଁ କାର୍ଯ୍ୟ ଆରମ୍ଭ ହୋଇସାରିଥିବା ବେଳେ ଘଟଣାସ୍ଥଳରେ ଜେସିବି ମେସିନ ମାଧ୍ୟମରେ ଗଭୀର ଗାତ ଖୋଳିବା ପ୍ରକ୍ରିୟା ଆରମ୍ଭ ହୋଇଛି ।
ଅନ୍ୟପଟେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଘଟଣା ଉପରେ ଅନୁଧ୍ୟାନ କରୁଥିବା ସୂଚନା ମିଳିଛି ।