ଦୀର୍ଘ ବର୍ଷ ପୂର୍ବେ ସରକାରଙ୍କ ଦ୍ଵାରା ପାଇଥିବା ଘରର ଅବସ୍ଥା ଶୋଚନୀୟ ହୋଇ ପଡିଥିବା ଯୋଗୁଁ ସେମାନଙ୍କୁ ନାହିଁ ନଥିବା ଅସୁବିଧାରେ ଚଳିବାକୁ ପଡୁଛି । ତେଣୁ ପକ୍କା ଘର ଖଣ୍ଡିଏ ପ୍ରଦାନ କରିବା ସହ ତାଙ୍କର ଦିବ୍ୟାଙ୍ଗ ଉଭଣୀ ରତ୍ନମଣୀକୁ ଭତା ଓ ରାଶନ କାର୍ଡ ଦ୍ଵାରା ଚାଉଳ ଯୋଗାଇବା ବ୍ୟବସ୍ଥା କରିବାକୁ ସେମାନେ ନିବେଦନ କରିଛନ୍ତି । ଆଉ ସରକାରଙ୍କ ନିଦ ଭାଙ୍ଗିବା ପାଇଁ ଏମିତି ଡୁଡୁଙ୍ଗା ବାଦ୍ୟଯନ୍ତ୍ର ବଜାଇବା ସହ ପ୍ରତିବାଦ କରୁଛନ୍ତି ।
ପଟାଙ୍ଗି ବିଡିଓ ଏ ସମ୍ପର୍କରେ କୌଣସି ମନ୍ତବ୍ୟ ଦେବାକୁ ମନା କରିଦେଇଛନ୍ତି । ସରକାର ଓ ଜିଲ୍ଲା ପ୍ରଶାସନର ଦୃଷ୍ଟିକୁ ନେଇ ଏହି ଦିବ୍ୟାଙ୍ଗ ପରିବାରଙ୍କୁ ସହାୟତା ଯୋଗାଇବାକୁ ଉଦ୍ୟମ କରାଯିବ ବୋଲି କହିଛନ୍ତି ସମ୍ବାଇ ପଂଚାୟତର ସରପଞ୍ଚ । ଏହି ଦିବ୍ୟାଙ୍ଗ ପରିବାର ନିଜ ଗୀତ ମାଧ୍ୟମରେ ସରକାରଙ୍କ ନିଦ ଭାଙ୍ଗିବାକୁ ଚେଷ୍ଟା କରିଛନ୍ତି ।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ