ପୁରୀ ଜିଲ୍ଲାପାଳ ସାମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ କୋଣାର୍କ ଯାତ୍ରୀ ନିବାସ ଠାରେ କୋଣାର୍କ ମହୋତ୍ସବ ଓ ଆନ୍ତର୍ଜାତୀୟ ବାଲୁକା ମହୋତ୍ସବ ୨୦୨୨ ର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଭାଗୀୟ ମନ୍ତ୍ରୀ ଅଶ୍ବିନୀ ପାତ୍ର, ଓଟିଡିସିର ଯୁଗ୍ମ ନିର୍ଦ୍ଦେଶକ ବିଶ୍ଵଜିତ ରାଉତରାୟ, ସଙ୍ଗୀତ ନାଟକ ଏକାଡେମୀ ଅଧ୍ୟକ୍ଷ ଅରୁଣା ମହାନ୍ତି, ଆର୍ନ୍ତଜାତୀୟ ବାଲୁକା କଳାକାର ସୁଦର୍ଶନ ପଟ୍ଟନାୟକ, ଉପଜିଲ୍ଲାପାଳ ଭଵତାରଣ ସାହୁ, ଜିଲ୍ଲା ଟୁରିଷ୍ଟ ଅଧିକାରୀଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ । ବିଶେଷ ଏହି ପାଞ୍ଚ ଦିନ ମଧ୍ୟରେ ଓଡିଶୀ, ଭାରତ ନାଟ୍ୟମ ଓ ଶାସ୍ତ୍ରୀୟ ସଙ୍ଗୀତର ର ନାମିଦାମୀ କଳାକାର ଙ୍କ ଦ୍ଵାରା ନୃତ୍ୟ ପରିବେଷଣ କରାଯିବା ସହିତ ବିଭିନ୍ନ ଦେଶରୁ ଆସୁଥିବା ବାଲୁକା କଳାର ପ୍ରଦର୍ଶନ ହେବ।
ଦୀର୍ଘ 2ବର୍ଷ ପରେ କୋଭିଡ କଟକଣା କୋହଳ ହୋଇଛି l ଚଳିତ ବର୍ଷ କୋଣାର୍କ ହେଲିପ୍ୟାଡରେ ମୀନାବଜାର ପଡିବା ନେଇ ସବୁଜ ସଙ୍କେତ ମିଳିଛି। ଏ ନେଇ ସ୍ଥାନୀୟ ଅଞ୍ଚଳରେ ଆନନ୍ଦ ଦେଖିବା ପାଇଁ ମିଳିଛି। ଏଥିସହ ନାମିଦାମୀ ଯାତ୍ରାରେ କୋଣାର୍କ କମ୍ପିବ ବୋଲି ମତ ଦେଇଛନ୍ତି ସ୍ଥାନୀୟବାସୀନ୍ଦା। ଇକୋ-ରିଟ୍ରିଟ, ବାଲୁକା କଳା, ମିନାବଜାର, ଯାତ୍ରା ସହିତ ମୁକ୍ତା କାଶ ରଙ୍ଗମଞ୍ଚ ପାଇଁ ପ୍ରସ୍ତୁତି ଶେଷ ପର୍ଯାୟରେ ସମସ୍ତେ ପ୍ରୟାସ ଜାରିରଖିଛନ୍ତି ଶେଷ ସ୍ପର୍ଶ ଦେବାରେ l ଲୋକ ଭିଡ ଦୃଷ୍ଟିରେ ରଖି ପ୍ରଶାସନ ମୁକାବିଲା ପାଇଁ ପ୍ରସ୍ତୁତ ହେଉଥିଲା ବେଳେ କୋଣାର୍କ ଏନଏସିରେ ଶିଥିଳତା ଚର୍ଚ୍ଚାର ବିଷୟ ପାଲଟିଛି l କୋଣାର୍କ ତଥା କୋଣାର୍କ ବାହାରୁ ଏମିତିକି ଦେଶ ବାହାରୁ ବହୁ ବ୍ୟବସାୟୀ ଏନଏସି କାର୍ଯ୍ୟାଳୟରେ ମୀନାବଜାର ପାଇଁ ଡେରା ପକାଇବାଥିବେବେଳେ ସେମାନଙ୍କୁ କୌଣସି ସୁଫଳ ମିଳିନାହିଁ। ଜିଲ୍ଲା ପ୍ରଶାସନ ଓ କୋଣାର୍କ ଏନଏସି ମଧ୍ୟରେ କୌଣସି ତାଳମେଳ ରହୁନଥିବାରୁ ଉଭୟ କାନସିଲର ଓ ବ୍ୟବସାୟୀ ସଂଘ କ୍ଷୋଭ ପ୍ରକାଶ କରିଛନ୍ତି।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।