ଭୁବନେଶ୍ୱର: ଶେଷରେ ନଇଁଲା ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ । ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ଝିଅ ଦୀପାଳି ଦାସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରିବାକୁ ଅଣ୍ଟା ଭିଡ଼ିଲା । 6 ଦିନ ପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଜିଲ୍ଲା ପ୍ରଶାସନ ତତ୍ପରତା ପ୍ରକାଶ କରିଛି । ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଦୀପାଳିଙ୍କ ବିରୋଧରେ ଥାନାରେ ଏତଲା ଦେଇଛନ୍ତି ଝାରସୁଗୁଡା ପୌର ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ରାମଚନ୍ଦ୍ର ପ୍ରଧାନ । ତେବେ ମାଜିଷ୍ଟ୍ରେଟ୍ ପାୱାରରେ ଏହି ଏତଲା ଦିଆଯାଇଥିବା ସୂଚନା ମିଳିଛି । ତେବେ ପୂର୍ବରୁ ଜିଲ୍ଲା କଂଗ୍ରେସ ପକ୍ଷରୁ ଦୀପାଳିଙ୍କ ନାଁରେ ଏତଲା ଦିଆଯାଇଥିଲା ।
ଗତ 22 ତାରିଖ ଦିନ ଦୀପାଳି ଦାସ ଡିଆରଡିଏ କାର୍ଯ୍ୟାଳୟରେ ଏକ ସଭାର ଆୟୋଜନ କରିଥିଲେ । ଯେଉଁଥିରେ ପାଖାପାଖି 60 ରୁ 70 ଜଣ ଏକତ୍ରିତ ହୋଇଥିବାର ଚିତ୍ର ସାମ୍ନାକୁ ଆସିଥିଲା । ଏପରିକି ସାମାଜିକ ଦୂରତ୍ୱ ସହିତ ଅଧିକାଂଶ ମାସ୍କ ମଧ୍ୟ ବ୍ୟବହାର କରି ନଥିବାର ଦେଖା ଯାଇଥିଲା । କେନ୍ଦ୍ର ସରକାରଙ୍କ ସମେତ ରାଜ୍ୟ ସରକାରଙ୍କ ନିର୍ଦେଶନାମାରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି ଯେ କରୋନା କଟକଣା ସମୟରେ କେହି ବି ସଭା କରିପାରିବେ ନାହିଁ ।
ଯାହାକି ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଝିଅ ଦୀପାଳି ଦାସ କୋଭିଡ-19 ନିୟମକୁ ଉଲଙ୍ଘନ କରିଥିବାର ଦେଖାଯାଇଥିଲା । କିନ୍ତୁ ଦୀର୍ଘ 6 ଦିନ ବିତି ଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିଲା । ତେବେ ଗତକାଲି ଜିଲ୍ଲାପାଳ ଏହି ବିଷୟରେ ଜାଣି ନଥିଲେ ବୋଲି ପ୍ରତିକ୍ରିୟା ଦେଇଥିଲେ । ଯଦି କେହି ବି ଏହିଭଳି ନିୟମକୁ ଉଲଙ୍ଘନ କରିଛି ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ । ଯଦିଓ ଆଜି ଦୀପାଳିଙ୍କ ନାଁରେ ଏତଲା ହୋଇଛି କିନ୍ତୁ ଦୃଢ଼ କାର୍ଯ୍ୟନୁଷ୍ଠାନ ହେବ ନା ନାହିଁ ସେନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ଅର୍ଗସ ବ୍ୟୁରୋ: ମଧ୍ୟପ୍ରଦେଶ ଭୋପାଳ ଠାରେ ବେଶ ଧୁମଧାମରେ ପାଳନ କରାଯାଉଛି ୧୦ମ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ । ସମ୍ବଲପୁରୀ ପରିବାର ଭୋପାଳ ପକ୍ଷରୁ ଆୟୋଜିତ ହେଉଛି ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ । ରାଜ୍ୟ ବାହାରେ ଅଛନ୍ତି ହେଲେ ନିଜର କଳା ସଂସ୍କୃତି ଭୁଲିନାହାନ୍ତି ସେଠାରେ ବସବାସ କରୁଥିବା ପଶ୍ଟିମ ଓଡିଶାବାସୀ।
ଏହି କାର୍ଯ୍ୟକ୍ରମର ଯୋଗଦେବା ପାଇଁ ପଶ୍ଚିମ ଓଡିଶାରୁ କଳାକାର ଯୋଗଦେଇଛନ୍ତି । ସମ୍ବଲପୁରୀ ନାଚ ଗୀତରେ କମ୍ପି ଉଠିଛି ପୁରା ପରିବେଶ। ପ୍ରଥମେ ଇଷ୍ଟଦେବୀ ମାଁ ସମଲେଶ୍ଵରୀଙ୍କ ପୂଜାର୍ଚ୍ଚନା ପରେ ଆରମ୍ଭ ହୋଇଛି ସାଂସ୍କୃତିକ କାର୍ଯ୍ୟକ୍ରମ ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ଜାତୀୟ ସୁରକ୍ଷା ସଚେତନତା ଅଭିଯାନ ପକ୍ଷରୁ ମଧୁସୂଦନ ଆଇନ୍ ବିଶ୍ୱବିଦ୍ୟାଳୟ ଏବଂ ରେଭେନ୍ସା ବିଶ୍ଵବିଦ୍ୟାଳୟ ର ରାଜନୀତି ବିଜ୍ଞାନ ବିଭାଗର ମିଳିତ ଆନୁକୁଲ୍ୟରେ ଆଜି ଦେଶରେ ଗୋଟିଏ ଆଇନ୍ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହି ଆଲୋଚନା ଚକ୍ରରେ ମଧୁସୂଦନ ଆଇନ୍ ବିଶ୍ୱବିଦ୍ୟାଳୟ ର କୁଳପତି ପ୍ରଫେସର୍ ଡକ୍ଟର କମଲ ଜିତ୍ ସିଂ, ସୁପ୍ରିମ କୋର୍ଟର ଆଇନଜୀବୀ ଆନନ୍ଦ ମିଶ୍ର, ଏବଂ ନୂଆଦିଲ୍ଲୀ ସ୍ଥିତ ଜାତୀୟ ସୁରକ୍ଷା ସଚେତନତାର ଉପ ସଭାପତି ଡକ୍ଟର ମିଥିଲେସ ଝା ବକ୍ତା ଭାବରେ ଯୋଗଦେଇ ସମ୍ପ୍ରତିକ ଦେଶରେ ଆଇନ୍ ବ୍ୟବସ୍ଥାର ତର୍ଜମା କରିଥିଲେ। ପ୍ରତ୍ୟେକ ନାଗରିକଙ୍କ ପାଇଁ ଗୋଟିଏ ଦେୱାନି କୋର୍ଟ ପ୍ରଚଳନ ହେବା ଆବଶ୍ୟକ ବୋଲି ସମସ୍ତେ ମତ ପ୍ରକାଶ କରିଥିଲେ ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ମାଲକାନଗିରି : ଅବକାରୀ ବିଭାଗ ହାବୁଡରେ ପଡିଲେ ଗଞ୍ଜେଇ ଚୋରା ଚାଲାଣ କାରୀ । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଅଞ୍ଚଳରୁ ଏକ କାର ଯୋଗେ ଗଞ୍ଜେଇ ଚୋରା ଚାଲାଣ କରୁଥିବା ସମୟରେ ମାଲକାନଗିରି ଅବକାରୀ ବିଭାଗ ହାତରେ ଧରା ପଡିଲା ଜଣେ ଚୋରା ଚାଲାଣ କାରୀ । ସୂଚନା ମୁତାବକ ମାଲକାନଗିରି ସହର ନିକଟରେ ଥିବା ଗୌଡ଼ଗୁଡା ଛକ ଠାରେ ଅବକାରୀ ବିଭାଗର କର୍ମଚାରୀ ମାନେ ଗୁଇନ୍ଦା ସୂଚନା ପାଇ ପେଟ୍ରଲିଙ୍ଗ କରୁଥିବା ସମୟରେ ଦ୍ରୁତ ଗତିରେ ଏକ କାର ମାଲକାନଗିରି ସହର ଆଡ଼କୁ ଆସୁଥିବା ଦେଖିବାକୁ ପାଇଥିଲେ ।
ଅଧିକ ପଢନ୍ତୁ : ଗଞ୍ଜେଇ ଚୋରା ଚାଲାଣର ମାଷ୍ଟର ମାଇଣ୍ଡ ହୋମଗାର୍ଡ
ପରେ ସନ୍ଦେହ ହେବାରୁ ଉକ୍ତ କାରକୁ ଅଟକାଇ ଯାଞ୍ଚ କରିବାରୁ ସେଠାରୁ 88 କେଜି ଗଞ୍ଜେଇ ବାହାରି ଥିଲା । ଯାହାର ଆନୁମାନିକ ବଜାର ମୁଲ୍ୟ 8 ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହୋଇଥିବା ବେଳେ ଏହି ଚୋରା ଚାଲାଣରେ ସାମିଲ ଥିବା ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ନେଇ ସୂଚନା ଦେଇଛନ୍ତି ଅବକାରୀ ଉପ ନିରୀକ୍ଷକ।