ଆଜି ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ , ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଏଏସଆଇ ସୁପରିଟେଣ୍ଡଣ୍ଟ ଆରକ୍ୟୁଲୋଜିଷ୍ଟ, ପରିଚାଳନା କମିଟି ସଦସ୍ୟ ମାନଙ୍କ ଉପସ୍ଥିତ ରେ ବଜେଟ ଆଗତ କରାଯିବ ଏବଂ କେଉଁ ବାବଦରୁ ଆୟ ଯଥା ଲ୍ୟାଣ୍ଡରୁ ଆୟ, କର୍ପସ ଫଣ୍ଡରୁ ଆୟ ଏବଂ କେଉଁ ବାବଦରେ ବ୍ୟୟ କରାଯିବ ତାହା ଅଟକଳ କରାଯିବ। ବିଶେଷକରି ସେବାୟତଙ୍କ କଲ୍ୟାଣ ଫଣ୍ଡରେ ସେବାୟତଙ୍କୁ ବାସସ୍ଥାନ ଯୋଗାଇବା, କୋଭିଡ ସମୟରେ ଆର୍ଥିକ ଅନାଟନ ପରିସମାପ୍ତି ପାଇଁ ଅଧିକ ଟଙ୍କା ପ୍ରଦାନ କରାଯିବ, ଆଦର୍ଶ ଗୁରୁକୂଳ ପ୍ରକଳ୍ପ ଉପରେ ବିସ୍ତୃତ ଭାବରେ ଆଲୋଚନା କରାଯିବ।
ଅନ୍ୟପଟେ ନାଗାର୍ଜୁନ ବେଶ ଏବଂ ରୂପା ଦ୍ବାର ଡିଜାଇନ କୁ ନେଇ ଆଲୋଚନା କରାଯିବ ଏବଂ ପରିଚାଳନା କମିଟି ବୈଠକରେ ମୋହର ଲଗାଯିବ। ଅନ୍ୟପଟେ ଭିତର ରତ୍ନଭଣ୍ଡାରର ମରାମତି ସମ୍ପର୍କରେ ମଧ୍ୟ ଆଲୋଚନା ହୋଇପାରେ ଵୈଠକରେ।