ଆପଣଙ୍କ ସମ୍ମୁଖରେ ଥିବା ଭିଡିଓଟିକୁ ସେ ହିଁ ନିଜ ଟୁଇଟର ହ୍ୟାଣ୍ଡେଲରେ ପୋଷ୍ଟ କରିଛନ୍ତି। ଆଉ ଚିକିତ ହୋଇଛନ୍ତି, ଏଭଳି ଦୃଶ୍ୟ ଦେଖି। ଗୋଟାଏ ସାଇକେଲ, ଯୋଉଥିରେ ୬ ଜଣ ବସିବେ। ଆରାମରେ ଗଡିବ ସାଇକେଲ। ଚାହିଁଲେ ପେଡାଲ ମାରିବେ। ବ୍ୟାଟେରୀ ଚାର୍ଜ ଥିଲେ, ୧୫୦ କିଲୋମିଟର ଭିଡି ହୋଇ ଚାଲିଯବ ସାଇକେଲେ। ଥରେ ଭାବନ୍ତୁ ଗାଡି, ତେଲ ପାଣି ଖର୍ଚ୍ଚ କେତେ କମିଯିବ।
ମହିନ୍ଦ୍ରା ଗ୍ରୁପ୍ର ଚେୟାରମ୍ୟାନ୍ ଆନନ୍ଦ ମହିନ୍ଦ୍ରା ଏହି ଅଭିନବ ଉଦ୍ଭାବନ ବିଷୟରେ ଭିଡିଓ ସେୟାର କରିଛନ୍ତି, ଏହି ଆବିସ୍କାରକୁ ବିଶ୍ବସ୍ତରରେ ପ୍ରୟୋଗ କରାଯିବାର ଆବଶ୍ୟକତା ରହିଛି। ଯାହା ଗହଳି ରାଜରାସ୍ତାରେ ଆରାମରେ ଯାଆସ କରିପାରିବ। ମାତ୍ର ୧୦ଟଙ୍କାର ବିଦ୍ୟୁତ୍ ଚାର୍ଜରେ ଏହି ସାଇକେଲ, ୧୫୦ କିମି ଯାତ୍ରା କରିପାରିବ ବୋଲି ଆବିସ୍କାରକ ଯୁବକ ଦାବି କରନ୍ତି। ଆଉ ମାତ୍ର ୧୨ ହଜାର ଟଙ୍କାରେ ଏହାକୁ ବଜାରରେ ଉପଲବ୍ଧ କରାଯାଇପାରିବ ବୋଲି ଯୁକ୍ତି ବାଢନ୍ତି।