ଖବର ପ୍ରସାରଣ ପରେ ମମତାଙ୍କ ପାଖରେ ପହଞ୍ଚିଲା ଶିବଶକ୍ତି ସୋସିଆଲ ଡେଭଲପମେଣ୍ଟ ଅର୍ଗାନାଇଜେସନ । ମାସକ ପାଇଁ ରାସନ୍ ସାମଗ୍ରୀ ଯୋଗାଇବା ସହ ଘର ନିର୍ମାଣ କାର୍ଯ୍ୟ ଆରମ୍ଭ କଲା । ସମ୍ପୂର୍ଣ୍ଣ ଘର ତିଆରି ପାଇଁ ପ୍ରତିଶ୍ରୁତି ଦେଲେ ସଂଗଠନର ସଭାପତି ବିଶ୍ବପ୍ରତାପ ଯେନା ।
ଅର୍ଗସ ବ୍ୟୁରୋ : ଅସହାୟ ମାଆ ପାଖରେ ପହଞ୍ଚିଲା ସହାୟତା । ସମୟ ଥିଲା ଅଭାବ ଅନାଟନରେ ଶିକାର ହୋଇ ନିଜ ଜନ୍ମ କଲା ଶିଶୁକୁ ବିକ୍ରି ପାଇଁ ପ୍ରସ୍ତୁତ ହେଉଥିଲା ମାଆ । କେନ୍ଦୁଝର ହାଟଡିହି ବ୍ଲକ ବିଷ୍ଣୁପୁର ଗାଁର ମମତା ଦାଶ ନିଜ ଶିଶୁକୁ ବିକ୍ରି ପାଇଁ ପ୍ରସ୍ତୁତ ହେଇଉଥିବା ଖବର ଅର୍ଗସରେ ପ୍ରସାରଣ ହୋଇଥିଲା ।
ଖବର ପ୍ରସାରଣ ପରେ ମମତାଙ୍କ ପାଖରେ ପହଞ୍ଚିଲା ଶିବଶକ୍ତି ସୋସିଆଲ ଡେଭଲପମେଣ୍ଟ ଅର୍ଗାନାଇଜେସନ । ମାସକ ପାଇଁ ରାସନ୍ ସାମଗ୍ରୀ ଯୋଗାଇବା ସହ ଘର ନିର୍ମାଣ କାର୍ଯ୍ୟ ଆରମ୍ଭ କଲା । ସମ୍ପୂର୍ଣ୍ଣ ଘର ତିଆରି ପାଇଁ ପ୍ରତିଶ୍ରୁତି ଦେଲେ ସଂଗଠନର ସଭାପତି ବିଶ୍ବପ୍ରତାପ ଯେନା ।
ଅର୍ଗସ ବ୍ୟୁରୋ : ପୁଣି ଥରେ ପାଲଲହଡାରେ ମୁକେଶ ହଟାଓ ନାରା । ଅନୁଗୋ ଜିଲ୍ଲା ପାଲଲହଡ଼ା ନିର୍ବାଚନ ମଣ୍ଡଳୀର ଶଙ୍ଖମୁର ପଞ୍ଚାୟତରେ ବିଜେଡ଼ି ବିଧାୟକ ମୁକେଶଚଦ୍ର ପାଲଙ୍କୁ ବିରୋଧ କରିଛନ୍ତି ପଞ୍ଚାୟତବାସୀ । ନିର୍ବାଚନ ପୂର୍ବରୁ ଭୋଟ ମାଗି ଯାଇଥିବା ବିଧାୟକ ସାଢେ଼ ୪ ବର୍ଷରେ ଥରୁଟିଏ ବି ଗାଁ ମାଟି ମାଡି ନାହାନ୍ତି । ଆଜି ଯାଏ ଗାଆଁରେ କୌଣସି ଉନ୍ନତି ମୂଳକ କାର୍ଯ୍ୟ ନ ହୋଇଥିବା ଯୋଗୁଁ ବିଧାୟକଙ୍କୁ ବିରୋଧ କରିଛନ୍ତି ନିଜ ଦଳର ଦଳୀୟ କର୍ମୀ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ପୂର୍ବରୁ ଏକାଧିକ ବିଜେଡ଼ି କର୍ମୀ ଏକାଠି ହୋଇ ଆଗମୀ ନିର୍ବାଚନରେ ବିଜେଡ଼ିର ଦଳୀୟ ଟିକେଟ ମୁକେଶଙ୍କୁ ନ ମିଳୁ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିବା ବେଳେ ବିଧାୟକ ବିରୋଧ କରୁଥିବା ବ୍ୟକ୍ତି ବିଜେଡ଼ି କର୍ମୀ ନୁହେଁ ବୋଲି କହିଥିଲେ । ଅନ୍ୟପଟେ ଆଗକୁ ହଜାର ହଜାର ସଂଖ୍ୟାରେ ବିଜେଡ଼ି କର୍ମୀ ଏକାଠି ହୋଇ ବିଧାୟକଙ୍କୁ ବିରୋଧ କରିବେ ବୋଲି କଡ଼ା ଚେତାବନୀ ଦେଇଛନ୍ତି