ବିଜେଡି ସରକାରରେ ବିକାଶର ନାରା। ଶିଳ୍ପାୟନ ଓ ମହିଳା ସଶକ୍ତିକରଣର ବିଜୟ ବୈଜୟନ୍ତି ଉଡାଉଛି ବିଜେଡି। କିନ୍ତୁ ଗ୍ରାଉଣ୍ଡରେ ଏହା ହିଁ ବାସ୍ତବତା।… ଇଏ ଦୃଶ୍ୟ ହେଉଛି କୋରାପୁଟ୍ ଦଶମନ୍ତପୁରର। ଗାଁକୁ ଆମ୍ବୁଲାନ୍ସ ଆସିନପାରିବାରୁ କିଟ୍ କିଟ୍ ଅନ୍ଧାର ରାତିରେ ଗୋଟିଏ କିଲୋମିଟର ପର୍ଯ୍ୟନ୍ତ ଖଟିଆରେ ବୁହାହୋଇ ଡାକ୍ତରଖାନା ଯାଉଛନ୍ତି ରୋଗୀ । ଦୁର୍ଭାଗ୍ୟଜନକ ଏହି ଘଟଣା ଘଟିଛି ବ୍ଲକ କାର୍ଯ୍ୟାଳୟଠୁ ମାତ୍ର ୨ କିଲୋମିଟର ଦୂରରେ। ସମାନ ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁରରେ। ଝରିଗାଁ ବ୍ଲକ ମଇନାପଦର ଗାଁରେ ଦେଖିବାକୁ ମିଳିଛି ଜନନୀ ଯନ୍ତ୍ରଣାର ଦୃଶ୍ୟ। ଗାଁରେ ଆମ୍ବୁଲାନ୍ସ ପହଞ୍ଚି ନପାରିବାରୁ କାଦୁଅ ରାସ୍ତାରେ ଚାଲି ଚାଲି ଗଲେ ଗର୍ଭବତୀ।
ସରକାରୀ ତଥ୍ୟ କହୁଛି ରାଜ୍ୟର ୫,୫25 ଗାଁକୁ ନାହିଁ ସବୁ ଦିନିଆ ପକ୍କା ସଡ଼କ। ସଡ଼କ ନଥିବାରୁ ସ୍ବାସ୍ଥ୍ୟସେବାର ଏଭଳି ଦୟନୀୟ ଦୃଶ୍ୟ। କେବଳ ଉପାନ୍ତ ନୁହେଁ ଉପକୂଳରେ ବି ଅପହଞ୍ଚ ଦୁଃଖ ଭୋଗୁଛନ୍ତି ଗ୍ରାମବାସୀ। କାହିଁକି ପହଞ୍ଚିଲାନି ରାସ୍ତା? ରାସ୍ତାରେ କାହିଁକି ଗଡି ପାରଲାନି ଆମ୍ବୁଲାନ୍ସ ? ଏଥିପାଇଁ ଦାୟୀ କିଏ ?
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର