ଋଣ ନିଅ କାମ କରି ପ୍ରତ୍ୟେକ ସପ୍ତାହ ଚୁକ୍ତି କରି ଦେବ । ଏକାଥରେ ମିଳିବ 30 ହଜାର ସପ୍ତାହକୁ ଦେବାକୁ ପଡିବ 750 ଟଙ୍କା । ଏଭଳି କିଛି ମିଥ୍ୟା ପ୍ରତିଶୃତି ଦେଇ ସୁନ୍ଦରଗଡରେ ଆଦିବାସୀ ଗାଁ ବୁଲି ପ୍ରଥମେ ମହିଳାଙ୍କୁ ପ୍ରଲୋଭିତ କରୁଛନ୍ତି ଭାରତ ଫାଇନାନ୍ସର ଦ୍ଵାରା ନିଯୁକ୍ତ କର୍ମଚାରୀ । କର୍ମଚାରୀଙ୍କ କାନ୍ଧରେ ବନ୍ଧୁକ ରଖି ପ୍ଲାନ ମୁତାବକ ନିରୀହ ଆଦିବାସୀ ମହିଳାଙ୍କଠାରୁ ଆବଶ୍ୟକ କାଗଜ ସହ ଦସ୍ତଖତ ଏବଂ ଟିପ ଚିହ୍ନ ହାତେଇ ଲୁଟ ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଛନ୍ତି ।
ସୁନ୍ଦରଗଡ଼ ଜିଲ୍ଲାର ଲହୁଣୀପଡା, ରାଜଗାଙ୍ଗପୁର, ବିରକେରା, କଚାରୁ, ନୂଆଗାଁ, ବିଶ୍ରା, ଗୁରୁଣ୍ଡିଆ ଭଳି ଅନେକ ଜାଗାରେ ମହିଳା ଗ୍ରୁପ ତିଆରି କରି ସେମାନଙ୍କ ନାଁରେ ଉଠାଯାଇଛି ଲକ୍ଷ ଲକ୍ଷ ଟଙ୍କା । କିସ୍ତି ନଦେବାରୁ ମହିଳାଙ୍କ ନାଁରେ ବ୍ୟାଙ୍କ ନୋଟିସ ଜାରି ପରେ ସମ୍ପୂର୍ଣ୍ଣ ଘଟଣା ସାମ୍ନାକୁ ଆସିଛି । ଯାହାକୁ ନେଇ ମହିଳାମାନେ ଭାରତ ଫାଇନାନ୍ସ କମ୍ପାନୀ ଆଗରେ ହୋ ହାଲ୍ଲା କରିବା ସହ ଥାନାର ଆଶ୍ରୟ ନେଇଛନ୍ତି ।