ଯେତିକି ନିଅଣ୍ଟିଆ ଆମ୍ବ ବିକ୍ରି ହେଉଛି ତାର ମୂଲ୍ୟ ଆକାଶ ଛୁଆଁ। ଏପଟେ ଆମ୍ବର ଉତ୍ପାଦନ ହ୍ରାସ ପାଉଥିବାବେଳେ ଚାହିଦା ବଢୁଛି ତାହା ସହ ଦର। ଆମ୍ବର ଏହି ନୂଆଦର ପାଣିଚିଆ କରିଦେଉଛି ଗ୍ରାକମାନଙ୍କ ମନ। ତେବେ ବଜାରେ ଯେତିକି ବି ଆମ୍ବ ଅଛି ସେଥିରେ ଓଡିଶାର ଆମ୍ବ ନାହିଁ। ଏବେ ରାଜଧାନୀ ଫଳ ବଜାରକୁ କବ୍ଜା କରିଛି ଆନ୍ଧ୍ରଫଳ। ମୋଟାମୋଟି କହିବାକୁ ଗଲେ ଓଡିଶା ବଜାରରେ ଆନ୍ଧ୍ର ଆମ୍ବର ରାଜୁତି।
ବର୍ତ୍ତମାନ ସମୟରେ ସବୁଡି ଭଳିକି ଭଳି ଆମ୍ବ ମାର୍କେଟରେ ଛାଇ ହୋଇଯିବା କଥା କିନ୍ତୁ ଏହି ବର୍ଷ ବାଇଗଣ ପଲେଇ, ସୁନ୍ଦରୀ ଭଳି ହାତଗଣତି ଆନ୍ଧ୍ର ଆମ୍ବ ହୋଲସେଲ୍ରେ କେଜି ପ୍ରତି ୧୦୦ରୁ ୧୧୦ କିମ୍ବା ୧୨୦ ଟଙ୍କାରେ ମିଳୁଛି। ଗତ ବର୍ଷ ଏହି ସମୟରେ ପ୍ରାୟ୪୦ରୁ ୫୦ ଟନ୍ ଆମ୍ବ ବିକ୍ରି ହେଉଥିଲା କିନ୍ତୁ ଚଳିତ ବର୍ଷ ଅତି ବେଶିରେ ବ୍ୟବସାୟ ୧୫ରୁ ୨୦ ଟନ୍ ମଧ୍ୟରେ ସୀମିତ ରହୁଛି।