ସୂଚନା ଅନୁଯାୟୀ ଆଜି ଆନ୍ଧ୍ରର ଜନ ପ୍ରତିନିଧି ଗଣ ତଥା ଗଂଜେଇପଦର ଗ୍ରାମର ଦିବାକର ଗେମେଲ, ୱାଇସିପି ଜନ ପ୍ରତିନିଧି ପଲୱାଲସା ରାମା ଏବଂ ଫାଟୁସିନେରୀ ଗ୍ରାମର ସୋଡିପିଲି ବିଶୁ ମିଳିତଭାବେ ସୀମାନ୍ତ ସାଲୁର ସହରର ଓକିଲ ରେଗା ମହେଶଙ୍କ ସହ ନେରେଡିଵାଲାସା ଗ୍ରାମରେ ଏକ ତ୍ରିତ ହେବା ସେଠାରେ ହାଟ ବଜାର ହେଉଥିବା କାରଣରୁ ସେଠାରେ ପହଞ୍ଚିଥିବା କିଛି ଜନତାଙ୍କୁ ଏକତ୍ରିତ କରାଇଥିଲେ। ରାସ୍ତା ଅବରୋଧ କରି ଠିଆ ହେବା ସହ ଆମେ ଆନ୍ଧ୍ରରେ ରହିବା ନିମନ୍ତେ ବିଗତ ଦିନରେ ସ୍ଥାନୀୟ ଆନ୍ଧ୍ର ଜନପ୍ରତିନିଧି ଦିଲ୍ଲୀ ଗସ୍ତ କରି ସୁପ୍ରିମ କୋର୍ଟ ର ଦ୍ବାରସ୍ଥ ହୋଇଥିଲେ ଏହାର ନିଷ୍ପତ୍ତି ବିଚାରାଧୀନ ରହିଥିବା ବେଳେ ଆନ୍ଧ୍ର ଯୋଜନା ଗୁଡ଼ିକୁ ଓଡିଶା ପ୍ରଶାସନିକ ଅଧିକାରୀଙ୍କ ଦ୍ବାରା ବାଧକ ଦିଆଯାଉଛି।
ଆଗାମୀ ଦିନରେ ପୁଣି ବାଧକ ଦିଆଗଲେ ସୁପ୍ରିମକୋର୍ଟର ଦ୍ବାରସ୍ଥ ହେବୁ କହି ସାଲୁର ସହର ର ଓକିଲ ରେଗା ମହେଶ ଚେତାବନୀ ଦେଇଥିବା ଦେଖିବାକୁ ମିଳିଅଛି। କିନ୍ତୁ ଓଡିଶା ସରକାରର ଏପର୍ଯ୍ୟନ୍ତ ମଧ୍ୟ ନିଦ ଭାଙ୍ଗି ନାହିଁ କେବେ ନିଦ ଭାଙ୍ଗିବ ବୋଲି ସାଧାରଣ ଜନତା ପ୍ରଶ୍ନ କରିଛନ୍ତି। କୋଟିଆ ସମସ୍ୟାରେ ଓଡିଶା ନେତା ପାଖେ ଖବର ନାହିଁ କେତେ ବେଳକୁ ଦେଓମାଳୀ ଓଡିଶା ମାନ ଚିତ୍ରରେ ନା ନାହିଁ ତ ଆଉ କେତେ ବେଳେ କୋଟିଆରେ ଅନୁପ୍ରବେଶ କଥା ଜାଣି ନାହୁଁ କହୁଛନ୍ତି ରାଜ୍ୟ ସରକାର। କେବେ କୋଟିଆ ଡିସପୁଟ ଦୂର ହେବ ତାହା ଦେଖିବାକୁ ବାକି ରହିଲା।