ଆସିଛି କୋରୋନାର ନୂଆ ରୂପ
କୋରାପୁଟ: ଓଡ଼ିଶାରେ ଆନ୍ଧ୍ରର ପଞ୍ଚାୟତ ନିର୍ବାଚନ। କୋରାପୁଟ ଜିଲ୍ଲାର ପଟୁସିନେରି ପଞ୍ଚାୟତରେ ଆଜି ଆନ୍ଧ୍ରର ପଞ୍ଚାୟତ ନିର୍ବାଚନ ଲାଗି ଭୋଟଗ୍ରହଣ ଚାଲିଛି । ଆନ୍ଧ୍ର ବିଜିୟନଗରମ ଜିଲ୍ଲା ପ୍ରଶାସନ ପଟୁସିନେରିକୁ ପଟୁଚେନୁରୁ ବୋଲି ଦର୍ଶାଇ ନିର୍ବାଚନ କରୁଛି। ଏହି ଗାଁରେ ୧୦୨୫ ଜଣ ଭୋଟରଙ୍କ ପାଇଁ ବିଜୟନଗରମ ଜିଲ୍ଲା ପ୍ରଶାସନ ବୁଥ୍ ବ୍ୟବସ୍ଥା କରିଛି। କୋରାପୁଟ ଜିଲ୍ଲାରେ ଥିବା ପଟୁସିନେରିର ୭ଟି ଗାଁକୁ ନେଇ ଆନ୍ଧ୍ରପ୍ରଦେଶ ଆଉ ଏକ ପଞ୍ଚାୟତ ଗଠନ କରିଛି।
ଏଥିରେ ରହିଛି ଓଡ଼ିଶାର ୫ଟି ଗାଁ ଓ ଆନ୍ଧ୍ରର ୨ଟି ଗାଁ। ଆଜି ନିର୍ବାଚନ ହେଉଥିବା ଓଡ଼ିଶାର ଗାଁ ଗୁଡ଼ିକ ହେଲା ମାଡ଼କାର, ଡଳିଆମ୍ବ, ବର୍ଣ୍ଣାପଡୁ, ପଟୁସିନେରି ଓ କୋନାଦରା ଏବଂ ଆନ୍ଧ୍ରର ଦୁଇଟି ଗାଁ ହେଲା ଚିକାପାରୁ ଓ ବାଲେଙ୍ଗା ବେଲେସା। ସେହିପରି ତଳଗଂଜେଇ ପଦର ନାଁ ବଦଳେଇ ଗଂଜେଇ ବାଦ୍ରା ନାଁରେ ନିର୍ବାଚନ କରାଉଛି ଆନ୍ଧ୍ର। ସକାଳ 7ଟାରୁ ଏହିସବୁ ଗାଁରେ ଭୋଟ ଆରମ୍ଭ ହୋଇ ଅପରାହ୍ନ ୩ଟାରେ ସରିବ।