ସୂଚନା ଅନୁଯାୟୀ ଆଜି ଆନ୍ଧ୍ରର ଜନ ପ୍ରତିନିଧି ଗଣ ତଥା ଗଂଜେଇପଦର ଗ୍ରାମର ଦିବାକର ଗେମେଲ,ୱାଇ ସି ପି ଜନ ପ୍ରତିନିଧି ପଲୱାଲସା ରାମା ଏବଂ ଫାଟୁସିନେରୀ ଗ୍ରାମର ସୋଡିପିଲି ବିଶୁ ମିଳିତଭାବେ ସୀମାନ୍ତ ସାଲୁର ସହରର ନେରେଡିଵାଲାସା ଗ୍ରାମରେ ଏକ ତ୍ରିତ ହୋଇଛନ୍ତି । ସେଠାରେ ହାଟ ବଜାର ହେଉଥିବା କାରଣରୁ ସେଠାରେ ପହଞ୍ଚିଥିବା କିଛି ଜନତାଙ୍କୁ ଏକତ୍ରିତ କରାଇ ରାସ୍ତା ଅବରୋଧ କରି ଠିଆ ହୋଇଛନ୍ତି ।
ବିଗତ ଦିନରେ ସ୍ଥାନୀୟ ଆନ୍ଧ୍ର ଜନପ୍ରତିନିଧି ଦିଲ୍ଲୀ ଗସ୍ତ କରି ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଥିଲେ । ଏହାର ନିଷ୍ପତି ବିଚାରାଧୀନ ରହିଥିବାବେଳେ ଆନ୍ଧ୍ର ଯୋଜନା ଗୁଡ଼ିକୁ ଓଡିଶା ପ୍ରଶାସନିକ ଅଧିକାରୀଙ୍କ ଦ୍ବାରା ବାଧକ ଦିଆଯାଉଛି । ଆଗାମୀ ଦିନରେ ପୁଣି ବାଧକ ଦିଆଗଲେ ସୁପ୍ରିମକୋର୍ଟର ଦ୍ବାରସ୍ଥ ହେବୁ କହି ସାଲୁର ସହରର ଓକିଲ ରେଗା ମହେଶ ଚେତାବନୀ ଦେଇଥିବା ଦେଖିବାକୁ ମିଳିଛି ।