ILS ର ନିର୍ଦ୍ଦେଶକ ଡାକ୍ତର ଅଜୟ ପରିଡାଙ୍କ ବିୟୋଗ ଜନିତ ଖବର ଶୁଣି ମୁଁ ଅତ୍ୟନ୍ତ ମର୍ମାହତ ଓ ଦୁଃଖିତ l ମହାମାରୀ କରୋନା ସମୟରେ ତାଙ୍କର ସୁଚିନ୍ତିତ ପରିଚାଳନା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲା l — Governor of Andhra Pradesh (@governorap) July 19, 2022
ତାଙ୍କର ପରାମର୍ଶ କରୋନାରେ ସମ୍ପୃକ୍ତ ସମସ୍ତ ବ୍ୟକ୍ତିବିଶେଷଙ୍କ ପାଇଁ ଅତି ଉପାଦେୟ ଥିଲା ଓ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିଥିଲା l କୃଷି ଓ ବିଜ୍ଞାନ କ୍ଷେତ୍ରରେ ତାଙ୍କର ଗବେଷଣା ଓ ଅବଦାନ ମାନବ ସମାଜର କଲ୍ୟାଣ ପାଇଁ ସର୍ବଦା ଉପଯୋଗୀ ହେବ l ବିଜ୍ଞାନ ଓ ପ୍ରଯୁକ୍ତି କ୍ଷେତ୍ରରେ ତାଙ୍କର ଉତ୍ସର୍ଗୀକୃତ ଅବଦାନ ପାଇଁ ଭାରତ ସରକାର ତାଙ୍କୁ ସର୍ବୋଚ ପଦ୍ମ ସମ୍ମାନରେ ସମ୍ମାନିତ କରିଥିଲେ l ବିଜ୍ଞାନ କ୍ଷେତ୍ରରେ ତାଙ୍କର ଅବଦାନ ପାଇଁ ସେ ରାଜ୍ୟ ତଥା ଦେଶରେ ସର୍ବଦା ସ୍ମରଣୀୟ ହୋଇ ରହିବେ l ତାଙ୍କର ମୃତ୍ୟୁ ବିଜ୍ଞାନ ଗବେଷଣା ପାଇଁ ଏକ ଅପୂରଣୀୟ କ୍ଷତି l
ଏହି ଦୁଃଖଦ ମୁହୂର୍ତ୍ତରେ ମୁଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ତାଙ୍କର ସ୍ଵର୍ଗତ ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରୁଛି ଓ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଉଛି l
ସୂଚନାଯୋଗ୍ୟ, ହୃଦଘାତରେ ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡାଙ୍କ ପରଲୋକ ହୋଇଛି । ଗୌହାଟୀରେ ଏକ ସରକାରୀ କାର୍ଯ୍ୟକ୍ରମକୁ ଯାଇଥିଲେ । କାର୍ଯ୍ୟକ୍ରମ ଚାଲିଥିବା ବେଳେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ILS କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।