ତଥ୍ୟ କହୁଛି, ଗଞ୍ଜାମ ଜିଲ୍ଲା ପାଇଁ 5161 ଅଙ୍ଗନାବାଡ଼ି କୋଠାପାଇଁ ଅନୁମୋଦନ ହୋଇଛି। ସେଥିରୁ 3413 କୋଠା କାମ ଶେଷ ହୋଇଛି । କିନ୍ତୁ ବର୍ତ୍ତମାନ ସୁଦ୍ଧା 1121 କୋଠା ଠିକାଦାରଙ୍କୁ ଟଙ୍କା ଅନୁମୋଦନ ସମସ୍ୟା ପାଇଁ ନିର୍ମାଣଧୀନ ରହିଛି । ଆଉ 607 କୋଠା ଏଯାଏଁ ଆରମ୍ଭ ହୋଇନି । 77ଟି କୋଠା ଛିଡ଼ା ହୋଇଥିଲେ ସୁଦ୍ଧା ବିଭିନ୍ନ କାରଣରୁ ହସ୍ତାନ୍ତର କରାଯାଇନାହିଁ । ତେଣୁ ଏଭଳି ସ୍ଥିତିକୁ ନେଇ ଅଭିଭାବକଙ୍କ ଠାରୁ ଶିକ୍ଷାବିତ ଯାଏଁ ସମସ୍ତେ ଚିନ୍ତାରେ ।
ପ୍ରାଥମିକ ଶିକ୍ଷାକୁ ନେଇ ରାଜ୍ୟ ସରକାରଙ୍କ ବଡ ବଡ ଘୋଷଣା । ହେଲେ ଗଞ୍ଜାମ ଜିଲ୍ଲାର ଅଙ୍ଗନବାଡି କେନ୍ଦ୍ର ଖୋଲି ଦେଇଛି ସରକାରଙ୍କ ଅସଲ ଚେହେରା । ବଡପ୍ରଶ୍ନ, ଗଞ୍ଜାମ ଜିଲ୍ଲାରେ ଅଙ୍ଗନବାଡିର କାହିଁକି ଏଭଳି ଦୂରାବସ୍ଥା ? ଏଥିପାଇଁ କାହିଁକି ଚିନ୍ତା କରୁନାହାଁନ୍ତି ରାଜ୍ୟ ସରକାର ?