ତେବେ ଆଜି ଗ୍ରାମର କିଛି ଲୋକେ ଜଙ୍ଗଲରେ ମୃତଦେହ ଦେଖି ପରିବାରକୁ ଖବର ଦେଇଥିଲେ । ପରିବାର ଲୋକେ ପହଞ୍ଚି ଶବକୁ ଉଦ୍ଧାର କରିଥିଲେ । ଏନେଇ ଥାନାରେ ହତ୍ୟା ମାମଲା ମଧ୍ୟ ରୁଜୁ ହୋଇଛି । କୋଟପାଡ଼ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
କୋରାପୁଟ: ଜଙ୍ଗଲରୁ ଅଙ୍ଗନବାଡି ଦିଦିଙ୍କ ମୃତଦେହ ଉଦ୍ଧାର । କୋରାପୁଟ ଜିଲ୍ଲା କୋଟପାଡ଼ ସୌରା କୁହୁଡି ଗ୍ରାମର ଅଙ୍ଗନବାଡି କର୍ମୀ ବାସନ୍ତୀ ସୌରାଙ୍କ ମୃତଦେହ ସ୍ଥାନୀୟ ଗାଁ ଜଙ୍ଗଲରୁ ମିଳିଛି । ଗତରାତିରୁ ଘରୁ ନିଖୋଜ ରହିଥିଲେ ବାସନ୍ତୀ । ଘର ଲୋକେ ରାତିରେ ବହୁତ ଖୋଜାଖୋଜି କରିଥିଲେ ବି ବାସନ୍ତୀଙ୍କ ପତ୍ତା ପାଇନଥିଲେ ।