ସେମାନଙ୍କୁ ସରକାରି ଚାକିରି ର ମାନ୍ୟତା ଦେବା, ଅଙ୍ଗନୱାଡ଼ି କର୍ମି ଙ୍କୁ ମାସିକ ଅଠର ହଜାର ଓ ସହାୟିକା ଙ୍କୁ ବାର ହଜାର ଟଙ୍କା ଦରମା ଦେବା, ଅବସର ପରେ ମାସିକ ପାଞ୍ଚ ହଜାର ଟଙ୍କା ପେନସନ ବ୍ୟବସ୍ଥା, ଗାଁ କଲ୍ୟାଣ ସମିତି ରୁ ଅବ୍ୟାହତି ଦେବା ପ୍ରଭୃତି ଦାବି ନେଇ ଧାରଣା ଦେଇଛନ୍ତି। 4ର୍ଥ ଦିନରେ ଅଭିନଵ ଉପାୟରେ ଧାରଣା ଦେଇଛନ୍ତି I ଗୀତ ଗାଇ ନବୀନ ବାବୁଙ୍କୁ ଦୁଃଖ ଜଣାଇଛନ୍ତି ଅଙ୍ଗନବାଡି କର୍ମୀ I
ଗୀତ ଗାଇ ନବୀନଙ୍କୁ ଦୁଃଖ ଜଣାଇଲେ ଅଙ୍ଗନବାଡି କର୍ମୀ

ଯାଜପୁର: ଯାଜପୁର ଜିଲ୍ଲା ଧର୍ମଶାଳା ଅଙ୍ଗନୱାଡ଼ି ସଂଘ ପକ୍ଷରୁ ଆଠ ଦଫା ଦାବି ନେଇ ଆଜି ସି ଡି ପି ଓ ଅଫିସ ଆଗରେ ଧାରଣା ଦିଆ ଯାଇଛି। ସଭାନେତ୍ରୀ ସରସ୍ୱତୀ ମହାରଣା ଙ୍କ ନେତୃତ୍ବରେ 6 ଶହ ରୁ ଅଧିକ ଅଙ୍ଗନୱାଡ଼ି କାର୍ମି ଓ ସହାୟିକା ଧାରଣା ଦେଇଛନ୍ତି।
Download Argus News App
