ନଭେମ୍ବର ୨୧ ତାରିଖ ଠାରୁ ରାଜଧାନୀରେ ଧାରଣାରେ ବସିଛନ୍ତି ଅଙ୍ଗନୱାଡ଼ି କର୍ମୀ ମାନେ। ସେମାନଙ୍କ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଏହି ଧାରଣା ଜାରି ରହିବ ବୋଲି କର୍ମୀ ମାନେ କ୍ଷୋଭର ସହିତ ପ୍ରକାଶ କରିଛନ୍ତି।
ସରକାର ଦେଉଥିବା ଦରମା ଟଙ୍କାରେ ପରିବାର ଚଳାଇବା କଷ୍ଠକର ହୋଇପଡିଛି । ସରକାରଙ୍କ ଯେତେ ପ୍ରକାରର ଜନହିତକର କାର୍ଯ୍ୟଗୁଡ଼ିକର ସମସ୍ତ କାର୍ଯ୍ୟ କର୍ମୀ ମାନେ କରୁଛନ୍ତି।କର୍ମଚାରୀ ମାନେ କେନ୍ଦ୍ରୀୟ ହାରରେ ଦରମା ପାଉଥିବା ବେଳେ ଆମକୁ ସେବିକା ଭାବରେ ଗଣତି କରାଯାଇ ସ୍ୱଳ୍ପ ଦରମା ପ୍ରଦାନ କରାଯାଉଛି। ସରକାର ଆମର ମାସିକ ଦରମା ବୃଦ୍ଧି କରିବା ସହିତ ସରକାରୀ କର୍ମଚାରୀର ମାନ୍ୟତା ପ୍ରଦାନ କରିବାକୁ ଅଙ୍ଗନୱାଡି କର୍ମୀ ମାନେ ଦାବି କରିଛନ୍ତି।
ଓଡିଶା ଖବର ଆହୁରି ପଢନ୍ତୁ