ଅଧିକ ପଢନ୍ତୁ ଓଡ଼ିଶା ଖବର
ନିଜେ ନିଜର ଲିଖିତ ପ୍ରତିଶୃତି ପାଳନ କରୁନାହାନ୍ତି ତେଣୁ ବାଧ୍ୟ ହୋଇ ସାରାରାଜ୍ୟରୁ ହଜାର ହଜାର ସଂଖ୍ୟାରେ କର୍ମୀ ସହାୟିକା ଓ ମିନି ଅଙ୍ଗନୱାଡି କର୍ମୀ ମାନେ ବିଧାନ ସଭା ଘେରାଓ ପାଇଁ ବାହାରିଥିଲେ । ଅଙ୍ଗନବାଡି କର୍ମୀଙ୍କୁ ସରକାରୀ କର୍ମଚାରୀ ମାନ୍ୟତା ଦାବି । ଏଥି ସହିତ ମାସିକ ଦରମା ୧୮ହଜାର ଟଙ୍କା ଦେବାକୁ ଦାବି କରାଯାଇଛି । ଅଙ୍ଗନବାଡି ସହାୟିକାଙ୍କୁ ୯ହଜାର ଟଙ୍କା ଦରମା ଦେବାକୁ ଦାବି ହୋଇଛି ଖାଲି ସେତିକି ନୁହେଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଅନୁସାରେ ଗ୍ରାଚ୍ୟୁଇଟି ଦାବି । ଗ୍ରୀଷ୍ମ ଛୁଟି ପ୍ରଦାନ କରିବାକୁ ଦାବି କରିଛନ୍ତି ଅଙ୍ଗନବାଡି କର୍ମୀ ଏବଂ ଗାଁ କଲ୍ୟାଣ ସମିତିରୁ ଅଙ୍ଗନବାଡି କର୍ମୀଙ୍କୁ ବାଦ୍ ଦିଆଯାଉ । ଅଙ୍ଗନବାଡି କର୍ମୀଙ୍କୁ ଶିକ୍ଷୟିତ୍ରୀର ମାନ୍ୟତା ମଧ୍ୟ ଦିଆଯାଉ ଓ ଅବସରକାଳୀନ ସହାୟତା ଓ ୫ହଜାର ପେନସନ ଦାବି କରିଛନ୍ତି ଅଙ୍ଗନବାଡି କର୍ମୀ ।
ସେପଟେ ଏହି ସମାନ ଦାବି ଏମାନେ ଦୀର୍ଘଦିନ ହେବ କରି ଆସୁଥିବା ବେଳେ ରାଜ୍ୟ ସରକାର ନୂଆ ତାରିଖ ଓ ନୂଆ ପ୍ରତିଶୃତି ଦେଇ ତାଙ୍କ ସହ ପ୍ରତାରଣା କରୁଥିବାର ଅଭିଯୋଗ କରିଛନ୍ତି ଅଙ୍ଗନବାଡି କର୍ମୀ । ୧୯୭୫ ମସିହା ଅକ୍ଟୋବର ୨ ତାରିଖ ଠାରୁ ପ୍ରାରମ୍ଭ ହୋଇଥିବା ଏହି ସମନ୍ବିତ ଶିଶୁ ବିକାଶ ଯୋଜନା (ICDS ) ପ୍ରକଳ୍ପ ଆଜି ପର୍ଯ୍ୟନ୍ତ ସ୍ଥାୟୀ ହୋଇ ପାରିଲା ନାହିଁ । ମାତ୍ର ୬ ଟି ସେବା ପାଇଁ ପ୍ରାରମ୍ଭ ହେଇଥିବା ଏହି ଯୋଜନା ଟି ୬୦ ଟି କାମରେ ପହଞ୍ଚି ସାରିଲାଣି,କାମ ବଢୁଛି ହେଲେ ପାରିଶ୍ରମିକ ଯାହାକୁ ସେଇଆ । ରାଜ୍ୟ ସରକାରଙ୍କ ସର୍ବନିମ୍ନ ମଜୁରି ବି ମିଳୁନାହିଁ ।
ଅଙ୍ଗନୱାଡି କର୍ମଚାରୀ ଟିଏ ୪୦ ବର୍ଷ ଚାକିରି କରି ଅବସର ନେଲାପରେ ରାଜରାସ୍ତାରେ ଭିକ ମାଗି ନିଜ ଗୁଜୁରାଣ ମେଣ୍ଟାଉଛି । ଗୋଟିଏ ପଟେ ସରକାର ପୁରସ୍କାର ପାଉଥିବା ବେଳେ ଅନ୍ୟ ପଟେ ଯୋଜନାର ମୁଖ୍ୟ ଉଦେଶ୍ୟ ଯାହାଥିଲା ଆଜି ତାହା ଦିଗହରା । ସରକାରଙ୍କ ଭୋଟ ବ୍ୟାଙ୍କ ରାଜନୀତିରେ ଅଙ୍ଗନୱାଡି କର୍ମୀଙ୍କ ନାର୍ଯ୍ୟ ଅଧିକାର ପାଇବାର ଆଶା ଆଜି ମଉଳି ଯାଉଛି । ସରକାରଙ୍କୁ ଅନ୍ତିମ ଚେତାବନୀ ସ୍ବରୂପ ଆଜିର ରାଲି ଓ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି ଏହା ପରେ ସରକାର ଯଦି ଦାବୀ ପୁରଣ କରିବା ଦିଗରେ ଉଚିତ ପଦକ୍ଷେପ ନନିଅନ୍ତି ତାହେଲେ ଯାହା ଅସୁବିଧା ହେବ ସରକାର ଦାୟୀ ରହିବେ ବୋଲି ଖୋଲା ଚେତାବନୀ ଦେଇଛନ୍ତି କର୍ମୀ ।